
ଜୟପୁର, ୧୪ ମାର୍ଚ୍ଚ (ହି.ସ.)- ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୂଚନା ପାଇ ଡମଗୁଡା ଜଙ୍ଗଲରେ ଜୟପୁର ଅବକାରି ଥାନା ପକ୍ଷରୁ ଚଢଉ ହୋଇଛି । ଚଢଉ ସୂଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ୧୪ ଶହ ଲିଟର ପୋଚ ୪୦ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଛି । ମଦ ରନ୍ଧା ସରଞ୍ଜାମ, ଡ୍ରମ ଆଦିକୁ ଜବତ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି