ରାସ୍ତା କଡ଼ରେ ଥିବା କାର୍ ରେ ଲାଗିଲା ନିଆଁ
ଜୟପୁର, ୧୪ ମାର୍ଚ୍ଚ (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ନବରଙ୍ଗପୁର ଜାତୀୟ ରାଜପଥ କଡ଼ରେ ବହୁତ ଦିନ ଧରି ଏକ ଦୁର୍ଘଟଣା ହୋଇଥିବା କାର ପଡ଼ି ରହିଥିଲା। କେଉଁ କାରଣରୁ ଦୁର୍ଘଟଣା ଘଟିଥିବା କାର ଟି ବହୁତ ଦିନ ହେଲା ରାସ୍ତା କଡ଼ରେ ପାର୍କିଂ କରାଯାଇଥିଲା ଏବଂ ସେହି କାର ର ପ୍ରକୃତ ମାଲିକ କିଏ କିଛ
ରାସ୍ତା କଡ଼ରେ ଥିବା କାର୍ ରେ ଲାଗିଲା ନିଆଁ


ଜୟପୁର, ୧୪ ମାର୍ଚ୍ଚ (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ନବରଙ୍ଗପୁର ଜାତୀୟ ରାଜପଥ କଡ଼ରେ ବହୁତ ଦିନ ଧରି ଏକ ଦୁର୍ଘଟଣା ହୋଇଥିବା କାର ପଡ଼ି ରହିଥିଲା। କେଉଁ କାରଣରୁ ଦୁର୍ଘଟଣା ଘଟିଥିବା କାର ଟି ବହୁତ ଦିନ ହେଲା ରାସ୍ତା କଡ଼ରେ ପାର୍କିଂ କରାଯାଇଥିଲା ଏବଂ ସେହି କାର ର ପ୍ରକୃତ ମାଲିକ କିଏ କିଛି ସୂଚନା ନଥିବା ବେଳେ ଆଜି ହଠାତ ଦୁର୍ଘଟଣା ଘଟିଥିବା ସେହି କାର ରେ ନିଆଁ ଲାଗିଗଲା ଏବଂ କାର ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କେଉଁ କାରଣରୁ ସେହି କାର ରେ ନିଆଁ ଲାଗିଲା ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande