
ବଲାଙ୍ଗିର, ୧୪ ମାର୍ଚ୍ଚ (ହି.ସ.)- ବଲାଙ୍ଗିର ଜିଲ୍ଲା ନ୍ୟାୟାଳୟ ସହିତ ଜିଲ୍ଲାର ସମସ୍ତ ତାଲୁକ ସ୍ତର ଓ ତୁଷୁରା କୋର୍ଟରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଏହି ଲୋକ ଅଦାଲତ ଜିଲ୍ଲା କୋର୍ଟ ପରିସରରେ ଭାରପ୍ରାପ୍ତ ଜିଲ୍ଲା ନ୍ୟାୟାଧୀଶ ମଳୟ ରଂଜନ ଦାଶ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଶ୍ରୀଦୀପ୍ ମିଶ୍ରଙ୍କ ଉପସ୍ଥିତିରେ ପରିଚାଳିତ ହୋଇଥିଲା ।
ଏଥିରେ ବିମଲ କୁମାର ଚାନ୍ଦ, ଚେୟାରମ୍ୟାନ, ପି ଏଲ୍ ଏ, (ପି ୟୁ ଏସ୍), ଶ୍ରୀମତୀ ଅଞ୍ଜଳି ପାଢ଼ୀ, ଅତିରିକ୍ତ ଜିଲ୍ଲା ଜଜ୍ (ଦ୍ଵିତୀୟ), ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ, ଶଙ୍ଖ ଚକ୍ରବର୍ତୀ, ରେଜିଷ୍ଟ୍ରାର, ସିଭିଲ କୋର୍ଟ, ଶ୍ରୀଦୀପ୍ ମିଶ୍ର, ଶ୍ରୀମତୀ ବୈଶାଳୀ ନାୟକ, ସିଭିଲ୍ ଜଜ୍ (ବରିଷ୍ଠ), ଶ୍ରୀମତୀ ଅର୍ଣ୍ଣପୂର୍ଣ୍ଣା ଷଡଙ୍ଗୀ, ଅତିରିକ୍ତ ସିଭିଲ୍ ଜଜ୍ (ବରିଷ୍ଠ), ଶ୍ରୀମତୀ ଦୀପାରାଣୀ ଜେନା, (SDJM) ଶ୍ରୀମତୀ ସାସ୍ଵତୀ ମହାପାତ୍ର, ସିଭିଲ୍ ଜଜ୍ (କନିଷ୍ଠ), ଦୀପାଳି ଦାସ(ଜେ.ଏମ୍.ଏଫ୍.ସି), ଅର୍ଘ୍ୟରୂପା ମିଶ୍ର (ଜେ.ଏମ୍.ଏଫ୍.ସି), ଏବଂ ଜିଲ୍ଲା ବାର ର ପ୍ରାୟ ସମସ୍ତ ଅଧିବକ୍ତା ଉପସ୍ଥିତ ଥିଲେ । ଜିଲ୍ଲାର ବିଭିନ୍ନ ରାଜସ୍ୱ ଅଧିକାରୀ, ଜାତୀୟକରଣ ବ୍ୟାଙ୍କ, ଜଳ ବିଭାଗ, ବିଦ୍ୟୁତ ବିଭାଗ, ବିଏସଏନଏଲ ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀମାନେ ମଧ୍ୟ ଏହି ଲୋକ ଅଦାଲତରେ ଭାଗ ନେଇଥିଲେ। ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ ମଳୟ ରଂଜନ ଦାଶଙ୍କ ନିର୍ଦ୍ଦେଶରେ ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ପ୍ରାଧିକରଣ ପରିସରରେ ଉପସ୍ଥିତ ବ୍ୟକ୍ତିମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଓ ମାଗଣାରେ ଔଷଧ ବିତରଣ କରାଯାଇଥିଲା। ସଚେତନତା ବୃଦ୍ଧି ପାଇଁ ଦ୍ୱିତୀୟ ମଧ୍ୟସ୍ଥତା ଅଭିଯାନର ଶିବିର ମଧ୍ୟ ଖୋଲାଯାଇଥିଲା ।
ଏହି ରାଷ୍ଟ୍ରିୟ ଲୋକ ଅଦାଲତରେ ୧୫ଟି ଦେୱାନୀ ମକୋଦ୍ଦମା ଫଇସଲା ହୋଇ ୫୬୩୮୬୧ ଟଙ୍କାରେ ସେଟେଲ ହୋଇଥିଲା । ୮ଟି ବ୍ୟାଙ୍କ ମୋକଦ୍ଦମାର ସମାଧାନ କରାଯାଇ ୩୦୧୪୬୧୨.୦୭ ଟଙ୍କାରେ ହୋଇଥିଲା । ୧୪ଟି ମୋଟର ଦୁର୍ଘଟଣାଜନିତ ମାମଲାର ଫଇସଲା କରାଯାଇ ମୋଟ୍ ୪୭୦୬୦୦୦/- ଟଙ୍କା କ୍ଷତିପୁରଣ ଦେବା ପାଇଁ ଆଦେଶ କରାଯାଇଥିଲା । ୩୮୬ଟି ଫୌଜଦାରି ମୋକଦ୍ଦମା ଫଇସଲା କରାଯାଇ ୩୭୭୨୫୮୫/- ଟଙ୍କାରେ ସେଟେଲ ହୋଇଥିଲା । ପାରିବାରିକ ମିଳାମିଶାରେ ୪ଟି ମାମଲା ଫଇସଲା ହୋଇଥିଲା । ୮୮୮୭ଟି ରାଜସ୍ୱ ମାମଲାର ବିଚାର କରାଯାଇଥିଲା ଏବଂ ଟ.୧୮୭୮୭୦୦/-ରାଜସ୍ୱ ଆଦାୟ କରାଯାଇଥିଲା ୧୫୨୦ଟି ପ୍ରାକ୍ ମୋକଦ୍ଦମାର ସମାଧାର କରାଯାଇ ୧୯୩୦୬୬୭୬ /- ଟଙ୍କାରେ ସେଟେଲ ହୋଇଥିଲା । ମୋଟ ୧୦୮୩୪ଟି ମୋକଦ୍ଦମା ଫଇସଲା କରାଯିବା ସହିତ ୩୩୨୪୨୪୩୪.୦୭ଟଙ୍କାରେ ସେଟେଲ ହୋଇଥିଲା ।
ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିରର ସଚିବ (ଭାରପ୍ରାପ୍ତ) ଶ୍ରୀଦୀପ୍ ମିଶ୍ର ପରିଚାଳନା କରିଥିଲେ। ଆଇନ ଶୃଙ୍ଖଳା ରକ୍ଷାରେ ଜିଲ୍ଲା ପୋଲିସ ପ୍ରଶାସନ ସହଯୋଗ ପ୍ରଦାନ କରିଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ