ସାଙ୍ଗ ନେଲା ସାଙ୍ଗର ଜୀବନ
ବଲାଙ୍ଗିର, ୧୪ ମାର୍ଚ୍ଚ (ହି.ସ.)- ବଲାଙ୍ଗିରରେ ପୁଣି ଗଡ଼ିଲା ମୁଣ୍ଡ, ସାଙ୍ଗ ନେଇଛି ସାଙ୍ଗର ଜୀବନ । ଏଭଳି ଏକ ଘଟଣା ଆଜି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ନିର୍ବଚନ ଗ୍ରାମରେ ଦେଖିବାକୁ ମିଳିଛି । ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ନିର୍ବଚନ ଗ୍ରାମର ଦୀପକ ନାଏକ (୨୫) । ଦୀପକ କାମ ସାରି ଘରକୁ ଆସି
ଖାଇ ପିଇ ଗଣ୍ଡଗୋଳ ମଦ ବିକ୍ରି କଲି ରେ  ସାଙ୍ଗ ନେଇଛି ସାଙ୍ଗର ଜୀବନ


ବଲାଙ୍ଗିର, ୧୪ ମାର୍ଚ୍ଚ (ହି.ସ.)- ବଲାଙ୍ଗିରରେ ପୁଣି ଗଡ଼ିଲା ମୁଣ୍ଡ, ସାଙ୍ଗ ନେଇଛି ସାଙ୍ଗର ଜୀବନ । ଏଭଳି ଏକ ଘଟଣା ଆଜି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ନିର୍ବଚନ ଗ୍ରାମରେ ଦେଖିବାକୁ ମିଳିଛି । ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ନିର୍ବଚନ ଗ୍ରାମର ଦୀପକ ନାଏକ (୨୫) । ଦୀପକ କାମ ସାରି ଘରକୁ ଆସିଥିଲେ, ପୁଣି ଯେତେବେଳେ ସେ ମୋବାଇଲ ରିଚାର୍ଜ କରିବା ପାଇଁ ବାହାରି ଥିଲେ । ସାଙ୍ଗ ଇଲୁ ବେହେରାଙ୍କ ସହ ନିଟକସ୍ଥ ମଦ ଦୋକାନ ପାଖରେ ଦେଖା ହୋଇଥିଲା । ବାସ୍ ଏତିକି ବେଳେ କ’ଣ ହେଲା କେଜାଣି ଇଲୁ ବେହେରା ଦୀପକଙ୍କୁ ତଳେ ପକାଇ ଦେଇ ଠେଙ୍ଗା ସାହାଯ୍ୟରେ ମାଡ଼ ମାରିଥିଲା । ସେହି ସମୟରେ ଦୀପକଙ୍କ ସାନ ଭାଇ ଆସିବାରୁ ଇଲୁ ଘଟଣାସ୍ଥଳରୁ ପଳେଇଯାଇଥିଲା । ପୋଲିସକୁ ଖବର ଦେଇ ସଙ୍ଗେ ସଙ୍ଗେ ଦୀପକଙ୍କୁ ମେଡ଼ିକାଲକୁ ଅଣାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଇଲୁଙ୍କ ସହ ୬ ଜଣଙ୍କୁ ଆଣି ଥାନାରେ ଅଟକ ରଖିଥିବା ବେଳେ ମୃତ ଦୀପକଙ୍କ ପରିବାର ଲୋକେ ହତ୍ୟାକାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଗ୍ରାମରେ ମଦ ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ରଖାଯାଇଛି। ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande