ମା’ ଘଂଟେଶ୍ୱରୀ ମଣ୍ଡଳୀର ସଭାପତି ଭାବେ ବସନ୍ତ ନାୟକ ନିର୍ବାଚିତ
ଭଦ୍ରକ, ୧୪ ମାର୍ଚ୍ଚ (ହି.ସ.) - ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଭଦ୍ରକ ଜିଲ୍ଲା ବିଜେପି ସଭାପତି ଭଗବାନ ପଣ୍ଡା ଙ୍କ ଦ୍ୱାରା ମା ଘଂଟେଶ୍ୱରୀ ମଣ୍ଡଳୀର ମଣ୍ଡଳ ସଭାପତି ଭାବେ ବସନ୍ତ ନାୟକ ନିର୍ବାଚିତ ହୋଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ମଧ୍ୟରେ
GHANTESWAR MANDAL SABHAPATI BASANTA NAYAK


ଭଦ୍ରକ, ୧୪ ମାର୍ଚ୍ଚ (ହି.ସ.) - ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଭଦ୍ରକ ଜିଲ୍ଲା ବିଜେପି ସଭାପତି ଭଗବାନ ପଣ୍ଡା ଙ୍କ ଦ୍ୱାରା ମା ଘଂଟେଶ୍ୱରୀ ମଣ୍ଡଳୀର ମଣ୍ଡଳ ସଭାପତି ଭାବେ ବସନ୍ତ ନାୟକ ନିର୍ବାଚିତ ହୋଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ମଧ୍ୟରେ ୭ଟି ମଣ୍ଡଳୀ ଥିବା ବେଳେ ତନ୍ନ୍ଧ୍ୟରୁ ୬ଟି ମଣ୍ଡଳୀର ମଣ୍ଡଳ ସଭାପତି ଦୀର୍ଘ ଦିନ ହେବ ନିର୍ବାଚିତ ହୋଇ ସାରିଥିଲେ। କେବଳ ମା ଘଂଟେଶ୍ୱରୀ ମଣ୍ଡଳୀର ସଭାପତି ନିର୍ବାଚିତ ହୋଇ ପାରି ନଥିଲା। ନବ ନିର୍ବାଚିତ ସଭାପତି ବସନ୍ତ ନାୟକ ଆଗାମୀ ଦିନରେ ବିଜେପି କୁ ତୃଣମୂଳ ସ୍ତରରୁ ଆଗକୁ ନେବାକୁ ସହାୟକ ହୋଇ ପାରିବେ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସେ ଏଥି ପାଇଁ ଯସ୍ୱଶୀ ପ୍ରଧାନମନ୍ତ୍ରୀ,ରାଜ୍ୟ ମୁଖ୍ୟମନ୍ତ୍ରୀ , ରାଜ୍ୟ ସଭାପତି ଏବଂ ଜିଲ୍ଲା ସଭାପତିଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande