
କନ୍ଧମାଳ, ୧୪ ମାର୍ଚ୍ଚ (ହି.ସ.)- ଫୁଲବାଣୀର ପୁରାତନ ତଥା ଅଗ୍ରଣି ସ୍ବେଛାସେବୀ ଅନୁଷ୍ଠାନ ନିପୀଡିତ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ସପ୍ତାହ ପାଳିତ ହୋଇଯାଇଛି।
ଏହି ଅବସରରେ ଚଳିତ ବର୍ଷର ଆଲୋଚନାର ବିଷୟ “ମହିଳାମାନଙ୍କ ଅଧିକାର, ନ୍ୟାୟ ଓ କାର୍ଯ୍ୟନୁଷ୍ଠାନ” ବିଷୟରେ କାର୍ଯ୍ୟକ୍ରମର ବକ୍ତାମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏତଦବ୍ୟତୀତ ମହିଳାମାନଙ୍କର ସାମ୍ବିଧାନିକ ଅଧିକାର, ସ୍ଵାବଲମ୍ବୀ ହେବାପାଇଁ ବିଭିନ୍ନ ଯୋଜନା, ସାମାଜିକ ଓ ବ୍ୟକ୍ତିଗତ ସୁରକ୍ଷା ଏବଂ ମା ମାନଙ୍କ ଦ୍ଵାରା ଦିବ୍ୟାଙ୍ଗ ମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ଆଲୋକପାତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ପିଲାଙ୍କ ମାଆ ମାନେ, ସରକାରୀ ମହାବିଦ୍ୟାଳୟର ଛାତ୍ରୀମାନେ ଓ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମୀମାନେ ଯୋଗଦେଇ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ସ୍ଵାତୀ ଅନୁଷ୍ଠାନର ସଂଯୋଜିକା ଶ୍ରୀମତୀ ସ୍ନେହଲତା ନାୟକ, ନିପୀଡିତର ମହିଳା ସ୍ଵେଚ୍ଛାସେବୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ଦାଶ ଓ ଦିପ୍ତିମୟୀ ପରିଡା, ସାଲୁଙ୍କି ସଂସ୍ଥାର ସମ୍ପାଦକ ଅଶୋକ ପ୍ରଧାନ, ବିଶିଷ୍ଟ ରକ୍ତଦାତା ତଥା ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ଓ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ତ୍ରିନାଥ ପାଣି ପ୍ରମୁଖ ଯୋଗଦେଇ ନିଜର ନିଜର ବକ୍ତବ୍ୟ ରଖିଥିଲେ।
ଅନୁଷ୍ଠାନର ସଂଯୋଜକ ପ୍ରମୋଦ କୁମାର ନାୟକ କାର୍ଯ୍ୟକ୍ରମକୁ ପରିିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ଭିନ୍ନକ୍ଷମ କାର୍ଯ୍ୟକ୍ରମର କାର୍ଯ୍ୟ କରୁଥିବା କର୍ମୀମାନେ ସମ୍ପୂର୍ଣ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ