କେନ୍ଦେଇପଶି ଲ୍ୟାମ୍ପରେ ଧାନ ଉଠାଣ ନେଇ ଚାଷୀଙ୍କ ଅସନ୍ତୋଷ
କେନ୍ଦୁଝର, ୧୪ ମାର୍ଚ୍ଚ (ହି.ସ.) - କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ଲ୍ୟାମ୍ପରେ ଧାନ ଉଠାଣ ପାଇଁ ମିଲରୁ ଗାଡ଼ି ନ ଆସିବାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ଧାରଣାରେ ବସିଥିବା ଘଟଣା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, କୁଆପଶି ମିଲରୁ କେନ୍ଦେଇପଶି ଲ୍ୟାମ୍ପକୁ ଧାନ ଉଠାଣ
କେନ୍ଦେଇପଶି ଲ୍ୟାମ୍ପରେ ଧାନ ଉଠାଣ ନେଇ ଚାଷୀଙ୍କ ଅସନ୍ତୋଷ


କେନ୍ଦୁଝର, ୧୪ ମାର୍ଚ୍ଚ (ହି.ସ.) - କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ଲ୍ୟାମ୍ପରେ ଧାନ ଉଠାଣ ପାଇଁ ମିଲରୁ ଗାଡ଼ି ନ ଆସିବାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ଧାରଣାରେ ବସିଥିବା ଘଟଣା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, କୁଆପଶି ମିଲରୁ କେନ୍ଦେଇପଶି ଲ୍ୟାମ୍ପକୁ ଧାନ ଉଠାଣ ପାଇଁ ଦୀର୍ଘ ସମୟ ଧରି ଗାଡ଼ି ଆସୁନଥିବାରୁ ଚାଷୀମାନେ ଅସୁବିଧାରେ ପଡ଼ିଥିଲେ। ଏହାକୁ ନେଇ ଚାଷୀମାନେ ଲ୍ୟାମ୍ପ ସମ୍ମୁଖରେ ଧାରଣାରେ ବସିଥିଲେ।ଚାଷୀମାନଙ୍କ ଦାବି ଥୂଲା ଯେ ମିଲ ପକ୍ଷରୁ ତୁରନ୍ତ ଗାଡ଼ି ପଠାଇ ଧାନ ଉଠାଣ ବ୍ୟବସ୍ଥା କରାଯାଉ। ଏହି ଦାବିକୁ ନେଇ ଚାଷୀମାନେ ମିଲର ଏମଡିଙ୍କୁ କିଛି ସମୟ ପାଇଁ ଅଟକ ରଖିଥିଲେ । ପରେ ଏମଡିଙ୍କ ଅଭିଯୋଗ ପରେ ମିଲ ପକ୍ଷରୁ ତୁରନ୍ଧ ଗାଡ଼ି ପଠାଯାଇଥିବା ଜଣାପଡ଼ିଛି। ଗାଡ଼ି ପହଂଚିବା ପରେ ଚାଷୀମାନେ ଧାରଣାରୁ ଓହରିଥିଲେ ଏବଂ ପରିସ୍ଥିତି ସାମାନ୍ୟ ହୋଇଥିଲା। ଏହି ଘଟଣା କିଛି ସମୟ ପାଇଁ ସେଠାରେ ଉତେଜନା ସୃଷ୍ଟି କରିଥିଲା। ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ଶାନ୍ତି ପଡିଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande