ରନ୍ଧନ ଗ୍ୟାସ ଅଭାବ ପରିସ୍ଥିତିକୁ ସଠିକ୍ ପରିଚାଳନା ପାଇଁ ସମୀକ୍ଷା
କେନ୍ଦ୍ରାପଡା, ୧୪ ମାର୍ଚ୍ଚ (ହି.ସ.)- ଜିଲ୍ଲାରେ ଏଲ୍ପିଜି, ଗ୍ୟାସର ଅଭାବ ପରିସ୍ଥିତିକୁ ସଠିକ୍ ଭାବେ ପରିଚାଳନା କରିବା ଓ ସାଧାରଣ ଲୋକଙ୍କୁ ସମୟମତେ ଗ୍ୟାସ ବଣ୍ଟନରେ ସୁନିଶ୍ଚିତ କରିବା ନେଇ ଆଜି ଜିଲ୍ଲାପାଳଙ୍କ ଆବାସିକ କାର୍ୟ୍ୟାଳୟରେ ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈ
ଇନ୍ଧନ ଗ୍ୟାସ ଅଭାବ ପରିସ୍ଥିତିକୁ ସଠିକ ପରିଚାଳନା ପାଇଁ ସମୀକ୍ଷା


କେନ୍ଦ୍ରାପଡା, ୧୪ ମାର୍ଚ୍ଚ (ହି.ସ.)- ଜିଲ୍ଲାରେ ଏଲ୍ପିଜି, ଗ୍ୟାସର ଅଭାବ ପରିସ୍ଥିତିକୁ ସଠିକ୍ ଭାବେ ପରିଚାଳନା କରିବା ଓ ସାଧାରଣ ଲୋକଙ୍କୁ ସମୟମତେ ଗ୍ୟାସ ବଣ୍ଟନରେ ସୁନିଶ୍ଚିତ କରିବା ନେଇ ଆଜି ଜିଲ୍ଲାପାଳଙ୍କ ଆବାସିକ କାର୍ୟ୍ୟାଳୟରେ ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଇଣ୍ଡିଆନ ଓଇଲ୍ କର୍ପୋରେସନ୍, ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ କର୍ପୋରେସନ୍ ଓ ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ର ପ୍ରତିନିଧିମାନଙ୍କ ସହିତ ଜିଲ୍ଲା ଯୋଗାଣ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାରେ ଏଲ୍ପିଜି ଗ୍ୟାସ ଯୋଗାଣ ସମ୍ପର୍କିତ ବର୍ତ୍ତମାନ ପରିସ୍ଥିତି ଉପରେ ଆଲୋଚନା ହୋଇଥିବା ସହ ଗ୍ୟାସ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ କରିବା ଓ ସମୟମତେ ଗ୍ରାହକମାନଙ୍କୁ ଗ୍ୟାସ ଉପଲବ୍ଧ କରାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମ୍ବନ୍ଧିତ ତେଲ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଗ୍ୟାସ ବଣ୍ଟନ ପ୍ରକ୍ରିୟାରେ କୌଣସି ପ୍ରକାର ଅନିୟମିତତା, କଳାବଜାରୀ କିମ୍ବା ମହଜୁଦଦାରୀ ଘଟିବାକୁ ନଦେବା ଉପରେ ମଧ୍ୟ ଜୋର ଦିଆଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପରିସ୍ଥିତି ଉପରେ ନଜର ରଖାଯାଇଛି ଏବଂ ସାଧାରଣ ଲୋକଙ୍କୁ ଗ୍ୟାସ ପ୍ରଦାନରେ କୌଣସି ଅସୁବିଧା ନ ହେବାକୁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande