ସୁବର୍ଣ୍ଣପୁର ଠାରେ ଜାତୀୟ ଲୋକ ଅଦାଲତ ସଡ଼କ ସୁରକ୍ଷା ଆଇନ୍ ଉଲଂଘନକାରୀଙ୍କ ଠାରୁ ୨ ଲକ୍ଷ ୨୯ ହଜାର ଫାଇନ ଆଦାୟ
ସୁବର୍ଣ୍ଣପୁର,୧୪ ମାର୍ଚ୍ଚ(ହି.ସ.) – ଆଂଚଳିକ ପରିବହନ ବିଭାଗ ଅଧିକାରୀ ଶ୍ରୀ ପ୍ରିୟବ୍ରତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତୠ୍ୱାବଧାନରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ନ୍ୟାୟାଳୟ ପରିସରରେ ଅବସ୍ଥିତ ଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇ
ସୁବର୍ଣ୍ଣପୁର ଠାରେ ଜାତୀୟ ଲୋକ ଅଦାଲତ - ସଡ଼କ ସୁରକ୍ଷା ଆଇନ୍ ଉଲଂଘନ କାରୀ ଙ୍କ ଠାରୁ ୨ ଲକ୍ଷ ୨୯ ହଜାର ଫାଇନ ଆଦାୟ*-


ସୁବର୍ଣ୍ଣପୁର,୧୪ ମାର୍ଚ୍ଚ(ହି.ସ.) – ଆଂଚଳିକ ପରିବହନ ବିଭାଗ ଅଧିକାରୀ ଶ୍ରୀ ପ୍ରିୟବ୍ରତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତୠ୍ୱାବଧାନରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ନ୍ୟାୟାଳୟ ପରିସରରେ ଅବସ୍ଥିତ ଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଆଂଚଳିକ ପରିବହନ କାର୍ଯ୍ୟାଳୟ ସୁବର୍ଣ୍ଣପୁର ର କର୍ମଚାରୀଙ୍କ ଦ୍ୱାରା ସଡକ ସୁରକ୍ଷାର ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ୨୦୦ ନୋଟିସ୍ ବିତରଣ କରଯାଇଥିଲା ଓ ସେଥିମଧ୍ୟରୁ ୧୧୯ ଟି ମାମଲା ର ସମାଧାନ କରାଯାଇ ଉଲ୍ଲଂଘନକାରୀଙ୍କଠାରୁ ୨,୨୯,୦୦୦/- ଟଙ୍କା ଫାଇନ ଆଦାୟ କରାଯାଇଛି।

ଏହି ପରିପେକ୍ଷୀ ରେ ପରିବହନ ବିଭାଗ ର ମୋଟର ଯାନ ନିରୀକ୍ଷକ ଶ୍ରୀ ଅଜିତ କୁମାର ନାୟକ, କନିଷ୍ଠ ମୋଟର ଯାନ ନିରୀକ୍ଷକ ଶ୍ରୀ ଦେବବ୍ରତ ପଟ୍ଟା, ଟ୍ରାଫିକ ସବ ଇନ୍ସପେକ୍ଟର ମିସ ପୂଜା ଭେଙ୍ଗରା, ଶ୍ରୀମତୀ ପୁନମ ପଣ୍ଡା, ଅବିନାଶ ଭୁଏ, ହିମାଂଶୁ ରଞ୍ଜନ ସାହୁ, ଚିତରଞ୍ଜନ ଭୋଇ, ଜ୍ୟୋତି ପ୍ରସାଦ ସାହୁ, ମଳୟ ପ୍ରତାପ ପାଣିଗ୍ରାହୀ, ପଂଚାନନ ଦଲାଇ ଓ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଲୋକ ଅଦାଲତ ସୁଚାରୁ ରୁପେ ସମାପନ ହୋଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande