ଖଣି ବିଭାଗ ପକ୍ଷରୁ ଚଢ଼ଉ : ହାଇୱା ସମେତ ୮୨ ଟନ୍ ଆଇରନ ମାଲ ଜବତ
ଚମ୍ପୁଆ, ୧୪ ମାର୍ଚ୍ଚ (ହି.ସ.)- ଚମ୍ପୁଆ ଉପଖଣ୍ଡସ୍ଥ ଖଣି ଅଞ୍ଚଳରେ ଦିନକୁ ଦିନ ଲୁହା ପଥର ଚୋରାଚାଲାଣ ବୃଦ୍ଧି ପାଉଥିବା ବେଳେ ଖଣି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି। ବେଆଇନ ଲୁହାପଥର ଚୋରା ଚାଲାଣ ଏବଂ ଖଣି ମାଫିଆ ମାନଙ୍କୁ ଧରିବା ପାଇଁ କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଧିକାରୀ ବ
ଖଣି ବିଭାଗ ପକ୍ଷରୁ ଚଢ଼ଉ : ହାଇୱା ସମେତ ୮୨ ଟନ୍ ଆଇରନ ମାଲ ଜବତ


ଚମ୍ପୁଆ, ୧୪ ମାର୍ଚ୍ଚ (ହି.ସ.)- ଚମ୍ପୁଆ ଉପଖଣ୍ଡସ୍ଥ ଖଣି ଅଞ୍ଚଳରେ ଦିନକୁ ଦିନ ଲୁହା ପଥର ଚୋରାଚାଲାଣ ବୃଦ୍ଧି ପାଉଥିବା ବେଳେ ଖଣି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି। ବେଆଇନ ଲୁହାପଥର ଚୋରା ଚାଲାଣ ଏବଂ ଖଣି ମାଫିଆ ମାନଙ୍କୁ ଧରିବା ପାଇଁ କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଧିକାରୀ ବିଶ୍ୱରଞ୍ଜନ ସେଠିଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଚଢ଼ଉ ଜାରି ରହିଛି । ତେବେ ଚଢଉ ବେଳେ ଭଦ୍ରାସାହି ଅଞ୍ଚଳରୁ ଏକ ଚୋରା ଲୁହାପଥର ବୋଝେଇ ଟ୍ରକ କୁ ଜବତ କରିଛି ଖଣି ବିଭାଗ।

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ଏକ ବେଆଇନ ଆଇରନ ବୋଝେଇ ଟ୍ରକ ନକଲି ଟିପିରେ ଚୋରି ଉଦ୍ୟମ କରୁଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଖଣି ବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଁଚି ଓଡି ୦୯ଜେଡ ୪୫୧୦ ନମ୍ବର୍ ବିଶିଷ୍ଟ ହାଇୱାକୁ ଜବତ କରିବା ସହ ଉକ୍ତ ଟ୍ରକରୁ ପାଖାପାଖି ୩୨ ଟନ୍ ଲୁହାପଥର ଜବତ କରିଥିବା ଜଣାପଡିଛି। ତେବେ ଖଣି ଅଧିକାରୀଙ୍କୁ ଦେଖି ସେଠାରୁ ଡ୍ରାଇଭର ଏବଂ ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ। ଉକ୍ତ ହାଇୱାରେ ଗାଡ଼ି ମାଲିକ ନାମ ଜିତେନ୍ ଦାସ୍ ଲେଖା ହୋଇଥିବା ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀ ଘଟଣାର ଅଧିକ ଯାଞ୍ଚ କରିବାରୁ ଅନ୍ୟ ଏକ ସ୍ଥାନରେ ପାଖାପାଖି ୫୦ ଟନ୍ ଲୁହାପଥର ବେଆଇନ୍ ଭାବେ ଗଚ୍ଛିତ ଥିବା ଠାବ କରି ତାହାକୁ ମଧ୍ୟ ଜବତ କରିଥିବା ଜଣାପଡିଛି। ଏନେଇ ଖଣି ବିଭାଗ ତରଫରୁ ଏକ ମାମଲା ରୁଜ୍ଜୁ କରାଯାଇ ଘଟଣା ପଛର ମାଷ୍ଟର ମାଇଣ୍ଡ କିଏ ଏବଂ ଏହି କାରବାରରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande