ଜାତୀୟ ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ
ମାଲକାନଗିରି, ୧୪ ମାର୍ଚ୍ଚ (ହି.ସ.)- ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ଆଜି ମାଲକାନଗିରି ଜିଲ୍ଲା ଆଈନ ସେବା ପ୍ରାଧିକରଣ, ତାଲୁକ ଆଈନ ସେବା ପ୍ରାଧିକରଣ ମୋଟୁ ଏବଂ ଜେଏମଏଫସି, ମାଥିଲି ଓ କୁଡୁମୁଲୁଗୁମ୍ମା, ଗ୍ରାମ ନ୍ୟାୟାଳୟ, କୋରୁକୋଣ୍ଡା, ମାଲକାନଗିରି ଦ୍ବାରା ପ୍ରଥମ ଜାତୀୟ ସ୍ତରୀୟ
ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ


ମାଲକାନଗିରି, ୧୪ ମାର୍ଚ୍ଚ (ହି.ସ.)- ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ଆଜି ମାଲକାନଗିରି ଜିଲ୍ଲା ଆଈନ ସେବା ପ୍ରାଧିକରଣ, ତାଲୁକ ଆଈନ ସେବା ପ୍ରାଧିକରଣ ମୋଟୁ ଏବଂ ଜେଏମଏଫସି, ମାଥିଲି ଓ କୁଡୁମୁଲୁଗୁମ୍ମା, ଗ୍ରାମ ନ୍ୟାୟାଳୟ, କୋରୁକୋଣ୍ଡା, ମାଲକାନଗିରି ଦ୍ବାରା ପ୍ରଥମ ଜାତୀୟ ସ୍ତରୀୟ ଲୋକ ଅଦାଲତ ମାଲକାନଗିରିର ସମସ୍ତ ବିଚାରଳୟ ତଥା ମାଥିଲି , ମୋଟୁ, କୁଡୁମୁଲୁଗୁମ୍ମା ଠାରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।ଏହି ଲୋକ ଅଦାଲତରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଜଜ ତଥା ଆଈନ ସେବା ପ୍ରାକରଣର ଅଧ୍ୟକ୍ଷ ଡଃ. ପ୍ରସନ୍ନ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ଶାନ୍ତନୁ କୁମାର ଦାସ, ଜିଲ୍ଲା ଆଈନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ଦେୱାନୀ ବିଚାରପତି ସଂଗୀତା ପାତ୍ର, ଉପଖଣ୍ଡ ଦଣ୍ଡାଧିକରି ପ୍ରତିମା ସାହୁ ଏବଂ ଗ୍ରାମ ନ୍ୟାୟକାରୀ ପରିନିତା ନାୟକ, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରି, ମାଥିଲି ପଦ୍ମନାଭ ମାଝି, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ, ମୋଟୁ ଅଂଶୁମାନ ଦାସ, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ, କୁଡୁମୁଲୁଗୁମ୍ମା ବିମଲ ଲକ୍ଷ୍ମୀ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମୋକଦ୍ଦମାର ଫଇସଲା କରିଥିଲେ । ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ମୋଟ୍ ୭୭୨୩ ଗୋଟି ମୋକଦ୍ଦମାର ଫଇସଲା କରାଯାଇ ୬୮୬୧୦୮୫/- ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଏହି ଲୋକ ଅଦାଲତରେ ଜିଲ୍ଲା କୋର୍ଟ, ଅତିରିକ୍ତ ଜିଲ୍ଲା ଜଜ କୋର୍ଟ, ଏସଡ଼ିଜେଏମ କୋର୍ଟ, ମୋଟୁ ଜେଏମଏଫସି କୋର୍ଟ, ମାଥିଲି ଜେଏମଏଫସି କୋର୍ଟ, କୁଡୁମୁଲୁଗୁମ୍ମା ଜେଏମଏଫସି କୋର୍ଟ ଓ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ମାଲକାନଗିରି, ତାଲୁକ ଆଈନ ସେବା ସମିତି, ମୋଟୁ ଓ ଆଇନସେବା ପ୍ରତିପକ୍ଷ ଓକିଲଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ମାଲକାନଗିରି ଓ ମୋଟୁ ର ଓକିଲ ସଂଘର ସଭ୍ୟ ଗଣ ଉପସ୍ଥିତ ରହି ଅଦାଲତ କାର୍ଯ୍ୟରେ ସମ୍ପୂର୍ଣ ସହଯୋଗ କରିଥିଲେ I

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande