
ଭୁବନେଶ୍ୱର, ୧୪ ମାର୍ଚ୍ଚ (ହି.ସ.)- ଆଗାମୀ ୨୪ ଘଂଟା ମଧ୍ୟରେ ରାଜ୍ୟର ଜିଲ୍ଲା ଗୁଡିକରେ ସର୍ବାଧିକ ତାପମାତ୍ରା(ଦିନ ତାପମାତ୍ରା)ରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ । ପରବର୍ତୀ ୪ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା(ଦିନ ତାପମାତ୍ରା) ଧିରେ ଧିରେ ୩ରୁ ୫ ଡ଼ିଗ୍ରୀ ହ୍ରାସ ପାଇପାରେ । ଏହାପରେ ମଧ୍ୟ ବିଶେଷ ପରିବର୍ତନର ସମ୍ଭାବନା ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ