ଜିଲ୍ଲାରେ ପର୍ଯ୍ୟାପ୍ତ ରନ୍ଧନ ଗ୍ୟାସ୍ ଓ ଇନ୍ଧନ ମହଜୁଦ; କଳାବଜାରୀଙ୍କ ଉପରେ ଜିଲ୍ଲା ପ୍ରଶାସନର କଡ଼ା ନଜର : ବେହେରାମାଲରେ ଯୋଗାଣ ବିଭାଗର ଚଢ଼ଉ : ୯୮ଟି ଗ୍ୟାସ ସିଲିଣ୍ଡର ଜବତ
ଝାରସୁଗୁଡ଼ା, ୧୪ ମାର୍ଚ୍ଚ (ହି.ସ.)- ଜିଲ୍ଲାରେ ରନ୍ଧନ ଗ୍ୟାସ୍, ପେଟ୍ରୋଲ ଓ ଡିଜେଲର ସ୍ଥିତି ଏବଂ ସୁଷମ ବଣ୍ଟନକୁ ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ମହଜୁଦ ଥିବ
ଜିଲ୍ଲାରେ ପର୍ଯ୍ୟାପ୍ତ ରନ୍ଧନ ଗ୍ୟାସ୍ ଓ ଇନ୍ଧନ ମହଜୁଦ; କଳାବଜାରୀଙ୍କ ଉପରେ ଜିଲ୍ଲା ପ୍ରଶାସନର କଡ଼ା ନଜର : ବେହେରାମାଲରେ ଯୋଗାଣ ବିଭାଗର ଚଢ଼ଉ : ୯୮ଟି ଗ୍ୟାସ ସିଲିଣ୍ଡର ଜବତ


ଝାରସୁଗୁଡ଼ା, ୧୪ ମାର୍ଚ୍ଚ (ହି.ସ.)- ଜିଲ୍ଲାରେ ରନ୍ଧନ ଗ୍ୟାସ୍, ପେଟ୍ରୋଲ ଓ ଡିଜେଲର ସ୍ଥିତି ଏବଂ ସୁଷମ ବଣ୍ଟନକୁ ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ମହଜୁଦ ଥିବା ସୂଚନା ଦିଆଯିବା ସହ କଳାବଜାରୀ ରୋକିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। ଏହି କ୍ରମରେ ଆଜି ଯୋଗାଣ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ଉ କରାଯାଇ ବେନିୟମ ଭାବେ ଗଚ୍ଛିତ ୯୮ଟି ସିଲିଣ୍ଡର ଜବତ କରାଯାଇଛି।

ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ ଯେ, ଅନାବଶ୍ୟକ ଭାବେ ଗ୍ୟାସ୍ ସିଲିଣ୍ଡର ବା ତୈଳ ମହଜୁଦ ରଖିବା କିମ୍ବା କୃତ୍ରିମ ଅଭାବ ସୃଷ୍ଟି କରି କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସାଧାରଣ ଖାଉଟି, ଡାକ୍ତରଖାନା, ଆହାର କେନ୍ଦ୍ର, ମଧ୍ୟାହ୍ନ ଭୋଜନ ଓ ଆଶ୍ରମ ସ୍କୁଲଗୁଡ଼ିକୁ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ପ୍ରାଥମିକତା ଦେବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଆଜି ଯୋଗାଣ ବିଭାଗ ପକ୍ଷରୁ ବେହେରାମାଲ ଛକ ନିକଟରେ ବେନିୟମ ଗ୍ୟାସ ଭର୍ତ୍ତି କରାଯାଉଥିବା ଅଭିଯୋଗରେ ଚଢ଼ଉ କରାଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ପୀତାମ୍ବର ସେଠୀ, ଏସିଏସଓ ସୂର୍ଯ୍ୟ କୁମାର ପାଣିଗ୍ରାହୀଙ୍କ ସମେତ ଜିଲ୍ଲାର ୬ ଜଣ ଯୋଗାଣ ନିରୀକ୍ଷକ ଉପସ୍ଥିତ ଥିଲେ। ଯୋଗାଣ ବିଭାଗର ୨ଟି ସ୍ଥାନରେ ଅତର୍କିତ ଚଢ଼ଉ ସମୟରେ ଘଟଣାସ୍ଥଳରୁ ୯୮ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି। ଆଗାମୀ ଦିନରେ ଏଭଳି ଚଢ଼ଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande