
ନୂଆପଡ଼ା,୧୪ ମାର୍ଚ୍ଚ (ହି.ସ.)- ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ଯାହାକୁ ନେଇ ନୂଆପଡା କୋର୍ଟ ପରିସରରେ ଆଜି ଗୋଟିଏ ପରିବାରର ଆତ୍ମାହୂତି ଉଦ୍ୟମ କରିଛନ୍ତି।
ସୂଚନା ମୁତାବକ, ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ଡୁଆଝର ଗ୍ରାମର ଦାଶରଥି ମେହେର(୪୦), ତାଙ୍କ ଧର୍ମପତ୍ନୀ ଉପାସି ମେହେର(୨୭), ଝିଅ ଅନୁରାଧା(୭), ପୁଅ ଆଦିତ୍ୟ(୩) କୁ ସାଙ୍ଗରେ ଧରି ନୂଆପଡ଼ା ଜିଲ୍ଲା ଦୌରାଜଜଙ୍କ କୋର୍ଟ ପରିସରରେ ଚାଲିଥିବା ଲୋକ ଅଦାଲତକୁ ଆସି ସେଠାରେ ପୁରା ପରିବାର ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଲୋକେ ଓ ପୁଲିସ ତାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ନୂଆପଡ଼ା ସଦର ଥାନାକୁ ନେଇ ପଚରା ଉଚୁରା ଚାଲିଛି ବୋଲି ନୂଆପଡ଼ା ଥାନା ଅଧିକାରୀ ଗଙ୍ଗାଧର ମେହେର କହିଛନ୍ତି।
ତାଙ୍କ ଅଭିଯୋଗ ମୁତାବକ ତାଙ୍କ ପଡୋଶୀଙ୍କ ସହ ତାଙ୍କର ପୂର୍ବରୁ ଜମିବାଡ଼ିକୁ ନେଇ ଗଣ୍ଡଗୋଳ ରହିଛି। ଏହାକୁ ନେଇ ଖଡିଆଳ ଥାନାରେ ଦୁଇ ଦୁଇ ଥର ଅଭିଯୋଗ ମଧ୍ୟ ହୋଇଛି। ତେବେ ଗତକାଲି ରାତିରେ ପଡୋଶୀ ବାପା ପୁଅ ଦାଶରଥିଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଦାଶରଥି ଅଭିଯୋଗ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ