ଓପିଜିସି ତରଫରୁ ଦଲଗାଁରେ ଚକ୍ଷୁ ପରୀକ୍ଷା ଶିବିର
Opgc conducts eye camp
ଓପିଜିସି ତରଫରୁ ଦଲଗାଁରେ ଚକ୍ଷୁ ପରୀକ୍ଷା ଶିବିର


ଝାରସୁଗୁଡା, ୧୪ ମାର୍ଚ୍ଚ (ହି.ସ.)- ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଜିସି) ପକ୍ଷରୁ ସିଏସଆର କାର୍ଯ୍ୟକ୍ରମ ଅଧୀନରେ ଝାରସୁଗୁଡା ଜିଲ୍ଲାର ଦଲଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି| କେୟାର ନେତ୍ରମ, ଭୁବନେଶ୍ୱରର ସହଯୋଗରେ ଏହି ଶିବିର ଆୟୋଜିତ ହୋଇଥିଲା | ସନ୍ତୋଷ ରୋହିଦାସ ଦଲଗାଁ ସରପଞ୍ଚଙ୍କ ଦ୍ବାରା ଏହି ଶିବିର ଉଦ୍ଘାଟିତ ହୋଇଥିଲା I ଏହି ଅବସରରେ ଓପିଜିସିର ବରିଷ୍ଠ ଅଧିକାରୀ ହିମାଂଶୁ ଭୂଷଣ ବେହେରା ଏବଂ କେୟାର ନେତ୍ରମ ର ମେଡିକାଲ ଟିମ୍ ଉପସ୍ଥିତ ଥିଲେ ।

ଏହି ଶିବିର ସକାଳ ୯ଟା ରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିଥିଲା I ଆଖପାଖ ୧୮ଟି ଗ୍ରାମ ଯଥା ଦଲଗାଁ, ବାସୁପଲି, ବାଲିଆମୁଣ୍ଡା ବେଜିବନ୍ଧ, ଯମୁନା, ଫଲସଢ଼ିପ, ଗୁଡ଼ିଆଳି, ଡୁଡୁଳସିଂଗା, କାର୍ପବାହାଲ, ନେଗୀପାଲି, ଖମାରଡ଼ିହି, ବନ୍ଧବାହାଲ ଆଦି ଗ୍ରାମ ଗୁଡ଼ିକରୁ ୨୮୮ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେଥି ମଧ୍ୟରୁ ୧୫୭ ଜଣ ମହିଳା ଓ ୧୩୧ ଜଣ ପୁରୁଷ I ସମୁଦାୟ ୨୫୧ ଜଣଙ୍କୁ ଦୃଷ୍ଟିଶକ୍ତି ସଂଶୋଧନ ପାଇଁ ବିନାମୂଲ୍ୟରେ ଚଷମା ଯୋଗାଇ ଦିଆଯାଇଥିଲା । ୩୫ ଜଣଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା କରାଯାଇଥିଲା ।

ଓପିଜିସି ସିଏସଆର ଦଳର ସଦସ୍ୟ ହିମାଂଶୁ ଭୂଷଣ ବେହେରା, ତାପସ ପଣ୍ଡା, ଅମର ସିଂ ଶିବିରର ସଂଯୋଜନା କରିବାରେ ସାହାଯ୍ୟ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande