
ମୁଖୀଗୁଡା,୧୪ ମାର୍ଚ୍ଚ (ହି ସ) - କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟା ପଂଚାୟତର ୭ଏବଂ୮ନମ୍ବର ୱାର୍ଡକୁ ବିରୋଧ ସତ୍ୟେ ନୂତନ ଜୟପାଟଣା ଏନଏସି ୱାର୍ଡ ନମ୍ବର ୧୫ରେ ସାମିଲ କରାଯାଇଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏନେଇ ଆଜି ଖଲିଆଭଟା ୭ ନମ୍ବର ୱାର୍ଡ ପ୍ରହରୀ ମଣ୍ଡପ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । କଳାହାଣ୍ଡି ଜିଲ୍ଲାପାଳଙ୍କ ନୂତନ ଜୟପାଟଣା ଏନଏସି ୱାର୍ଡ ବିଭାଜନ ଅଧିସୂଚନା ଅନୁଯାୟୀ ୧୫ନମ୍ବର ୱାର୍ଡରେ ଖଲିଆଭଟା ଗ୍ରାମ ପଂଚାୟତର ବନମାଳୀପୁରପଡା , ମିଲପଡା ଏବଂ ଗୀତାଭବନପଡାକୁ ସାମିଲ କରାଯାଇଥିବାରୁ ପଡ଼ାବାସୀ ତୀବ୍ର ବିରୋଧ କରିଥିଲେ । ଗତ ବର୍ଷ ମାର୍ଚ୍ଚ୧୩ତାରିଖରେ ଅନୁଷ୍ଠିତ ପଲ୍ଲୀସଭାରେ ବନମାଲିପୁର ପଡାବାସୀ ନୂତନ ଏନଏସିରେ ସାମିଲ ହେବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ ।ଏବଂ ପଲ୍ଲିସଭାର ନକଲ ଜୟପାଟଣା ବିଡ଼ିଓଙ୍କୁ ପ୍ରଦାନ କରାଯାଇଥିଲା ପୁଣି ଜାନୁଆରୀ ୧୨ତାରିଖରେ ଜୟପାଟଣାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମଧ୍ୟ ଲିଖିତ ଭାବେ ଦିଆଯିବା ସତ୍ୟେ ନୂତନ ଏନଏସିରେ ସାମିଲ କରାଯାଇଥିବାରୁ ଏହାକୁ ବିରୋଧ କରି ଗତ ୧୮ତାରିଖରେ ପୁଣି କଲା ହାଣ୍ଡି ଜିଲ୍ଲାପାଳଙ୍କୁ ଆପତି ,ଅଭିଯୋଗ ସତ୍ୱେ ରାଜନୈତିକ ଚାପରେ ନୂତନ ଜୟପାଟଣା ଏନଏସିରେ ସାମିଲ କରାଯାଇଥିବାରୁ ଆଜିର ବୈଠକରେ ରାଜ ରାସ୍ତାକୁ ଓଲ୍ଲାଇବା ସହ ଓଡିଶା ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି ନିଷ୍ପତି ନିଆଯାଇଛି।ଏହି ବୈଠକରେ ପୁରଞ୍ଜନ ପୁଝାରୀ, ରାଏସିଙ୍ଗ ମାଝୀ, ଭୋପାଳ ଚନ୍ଦ୍ର ପୁଝାରି,ଧନେଶ୍ୱର ଶବର ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ନିହାର