ରାଜ୍ୟସଭା ନିର୍ବାଚନ : ମକ୍ ପୋଲିଂ ରେ ଭାଗ ନେଲେ ବିଜେଡି ବିଧାୟକ
ଭୁବନେଶ୍ୱର, ୧୪ ମାର୍ଚ୍ଚ (ହି.ସ)- ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟିଂ ପୂର୍ବରୁ ବିଧାନସଭାରେ ମକ୍ ପୋଲିଂ କରାଯାଇଛି। ଏହାକୁ ନେଇ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଅରୁଣ ସାହୁ ଓ ବ୍ୟୋମକେଶ ରାୟ କହିଛନ୍ତି ବିଧାନସଭା ସଚିବ ମକ ଡ୍ରିଲ କରାଇଲେ। କେମିତି ମତଦାନ କେନ୍ଦ୍ରକୁ ଯିବେ, କେଉଁଠ
ରାଜ୍ୟସଭା ନିର୍ବାଚନ : ମକ୍ ପୋଲିଂ ରେ ଭାଗ ନେଲେ ବିଜେଡି ବିଧାୟକ


ଭୁବନେଶ୍ୱର, ୧୪ ମାର୍ଚ୍ଚ (ହି.ସ)- ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟିଂ ପୂର୍ବରୁ ବିଧାନସଭାରେ ମକ୍ ପୋଲିଂ କରାଯାଇଛି। ଏହାକୁ ନେଇ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଅରୁଣ ସାହୁ ଓ ବ୍ୟୋମକେଶ ରାୟ କହିଛନ୍ତି ବିଧାନସଭା ସଚିବ ମକ ଡ୍ରିଲ କରାଇଲେ। କେମିତି ମତଦାନ କେନ୍ଦ୍ରକୁ ଯିବେ, କେଉଁଠି ବସିବେ, ବାଲାଟ ପେପେର କେଉଁଠୁ ଆଣିବେ, ଭୋଟ କେମିତି ଦିଆଯିବ, ପେନ କେମିତି ବ୍ୟବହାର ହେବ, ସେ ନେଇ ପ୍ରଶିକ୍ଷଣ ମିଳିଲା।

ଦଳର ନିଷ୍ପତି ଅନୁସାରେ ଭୋଟ ଦିଆଯିବ । ହେଲେ ବିଜେପି ଘୋଡା ବେପାର କରୁଛି । ଯାହାର ଫରକ ପଡ଼ିବନି । ନିର୍ବାଚନ ମଣ୍ଡଳୀ ଲୋକ କହିଛନ୍ତି ଯେ ଯିଏ ବି ଘୋଡା ବେପାର କରିବ, ତାକୁ ନିର୍ବାଚନ ମଣ୍ଡଳୀ ପୁରାଇ ଦିଆଯିବ ନାହିଁ । ସେପଟେ ଦଳ ବି କାର୍ଯ୍ୟାନୁଷ୍ଠାନ ନେବ। ନବୀନ ପଟ୍ଟନାୟକ ଯଥାର୍ଥ କଥା କହିଛନ୍ତି । ଘୋଡା ବେପାର ନୀତି ନୈତିକତା, ସମ୍ବିଧାନ ବିରୋଧୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande