
କେନ୍ଦ୍ରାପଡା, ୧୪ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲା୍ଲ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଭାରପ୍ରାପ୍ତ ଜିଲ୍ଲା ଓ ଦୈାରାଜଜ ତଥା ପ୍ରାଧିକରଣର ଅଧ୍ୟକ୍ଷା ଶ୍ରୀମତୀ ପ୍ରଜ୍ଞା ପରମିତା ରାଉଳଙ୍କ ତତ୍ୱବଧାନରେ ଆୟୋଜିତ ଏହି ଅଦାଲତରେ ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଶ୍ରୀମତୀ ଅନ୍ନପୂର୍ଣ୍ଣା ନାୟକ ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋଟ୍ ୪୪୪୭ଟି ମୋକଦ୍ଦମା ପଞ୍ଜିକରଣ ହୋଇଥିବା ବେଳେ ୨୬୭୨ଟି ମାମଲାର ସମାଧାନ ହୋଇଥିଲା । ଏଥିରେ ମୋଟ୍ ୮୦ ଲକ୍ଷ ୫୫ ହଜାର ୩୮୧ ଟଙ୍କା ଅର୍ଥ ଆଦାୟ କରାଯାଇଛି । ସେହିପରି ପ୍ରାକ୍ ମୋକଦ୍ଦମା ସ୍ତରୀୟ ଦାୟର ହୋଇଥିବା ମାମଲା ୪୪୦୨ଟି ପଞ୍ଜିକୃତ ହେଇଥିବା ବେଳେ ମୋଟ୍ ୩୨୮ଟି ମାମଲା ଫଏସଲା ହୋଇ ବ୍ୟାଙ୍କ ଋଣ ମାମଲା, ଶ୍ରମ ବିବାଦ ମାମଲା, ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ବିବାଦ ଗୁଡିକ ଆଦି ମାମଲା ଗୁଡିକ ଫଏସଲା କରାଯାଇ ୧ କୋଟି ୪୩ ଲକ୍ଷ ୯୨ ହଜାର ୯୯୦ ଟଙ୍କା ଆଦାୟ କରାଯାଇଛି ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମସ୍ତ ବିଚାରପତି ମାନେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି