ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବଲାଙ୍ଗିର, 14 ମାର୍ଚ୍ଚ (ହି.ସ.) ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିର ପ୍ରେକ୍ଷାଳୟରେ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଏକ ସଡ଼କସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅରବିନ୍ଦ କୁମାର ଓଝାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ
ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ*


ବଲାଙ୍ଗିର, 14 ମାର୍ଚ୍ଚ (ହି.ସ.)

ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିର ପ୍ରେକ୍ଷାଳୟରେ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଏକ ସଡ଼କସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅରବିନ୍ଦ କୁମାର ଓଝାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅର୍ଥନୀତି ବିଭାଗର ବିଭାଗୀୟ ମୁଖ୍ୟ ବିଭୁତି ଭୂଷଣ ସାହୁ, ୟୁଥ୍ ରେଡ଼୍ କ୍ରସ୍ ଅଧିକାରୀଣୀ ଡ଼ଃ ଅନୁରାଧା ମିଶ୍ର, ଅଧ୍ୟାପକ ଶରଧର ମାଝୀ, ଅଜିତ କୁମାର ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ I ଏ ଅବସରରେ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ପ୍ରଦତ୍ତ ୨ଟି ଭିଡ଼ିଓ ଛାତ୍ରୀମାନଙ୍କ ସଚେତନତା ନିମନ୍ତେ ପ୍ରଦର୍ଶନ କରାଯାଇଥିଲା I କାର୍ଯ୍ୟକ୍ରମର ସଂଯୋଜନା ଡ଼ଃ ମିଶ୍ର କରିଥିବାବେଳେ ଶେଷରେ ଶରଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ I ଏଥିରେ ମହାବିଦ୍ୟାଳୟର ଛାତ୍ରୀମାନେ ଉପସ୍ଥିତ ଥିଲେ I

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande