ସୁରଜ କୁମାର ବାରିକ ହେଲେ ନରଣପୁର ମଣ୍ଡଳର ଯୁବମୋର୍ଚ୍ଚା ସଭାପତି
କେନ୍ଦୁଝର, ୧୪ ମାର୍ଚ୍ଚ (ହି.ସ.) - କେନ୍ଦୁଝର ସହର ସ୍ଥିତ ବିଜେପି ଜିଲ୍ଲା କାର?୍ୟ୍ୟାଳୟରେ ନରଣପୁର ମଣ୍ଡଳ ପକ୍ଷରୁ ଭିବିଜି ରାମ ଜୀ ଏବଂ ସମ୍ବଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର?୍ୟ୍ୟକ୍ରମରେ ଦଳର ଯୁବ ସଂଗଠକ ସୁରଜ କୁମାର ବାରିକଙ୍କୁ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରଣପୁର
ସୁରଜ କୁମାର ବାରିକ ହେଲେ ନରଣପୁର ମଣ୍ଡଳର ଯୁବମୋର୍ଚ୍ଚା ସଭାପତି


କେନ୍ଦୁଝର, ୧୪ ମାର୍ଚ୍ଚ (ହି.ସ.) - କେନ୍ଦୁଝର ସହର ସ୍ଥିତ ବିଜେପି ଜିଲ୍ଲା କାର?୍ୟ୍ୟାଳୟରେ ନରଣପୁର ମଣ୍ଡଳ ପକ୍ଷରୁ ଭିବିଜି ରାମ ଜୀ ଏବଂ ସମ୍ବଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର?୍ୟ୍ୟକ୍ରମରେ ଦଳର ଯୁବ ସଂଗଠକ ସୁରଜ କୁମାର ବାରିକଙ୍କୁ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରଣପୁର ମଣ୍ଡଳର ଯୁବମୋର୍ଚ୍ଚା ସଭାପତି ଭାବରେ ଦାୟିତ୍ୱ ମିଳିଛି। ଜିଲ୍ଲା ସଭାପତି ସୁକଦେବ ମହାନ୍ତଙ୍କ ଉପସ୍ଥିତରେ ଶ୍ରୀ ବାରିକ ଏହି ଦାଇତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ଉପରେ ବିଶ୍ୱାସ କରି ତାଙ୍କୁ ଏହି ଦାଇତ୍ୱ ଦେଇଥିବାରୁ ସିଏ ଜିଲ୍ଲା ସଭାପତି ସୁକଦେବ ମହାନ୍ତ, ନରଣପୁର ମଣ୍ଡଳ ସଭାପତି ରତି ରଞ୍ଜନ ସାହୁ ଏବଂ ଜିଲ୍ଲା ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣେଇବା ସହ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପଦଚିହ୍ନ ଅନୁସରଣ କରି ଦଳ ପାଇଁ କାମ କରିବେ ବୋଲି ପ୍ରକାଶ କରିଛନ୍ତି। କେନ୍ଦୁଝର ନିର୍ବାଚନ ମଣ୍ଡଳୀର କେନ୍ଦ୍ରବିନ୍ଦୁ ବୋଲାଉଥିବା ନରଣପୁର ମଣ୍ଡଳରେ ଯୁବମୋର୍ଚ୍ଚାକୁ ସଶକୁ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀକୁ ସୁଦୃଢ଼ ରଖୁବାରେ ସୁରଜଙ୍କ ପରିଶ୍ରମ ନିଶ୍ଚୟ ସୁଫଳ ଆଣିବ ବୋଲି ରତି ରଞ୍ଜନ କହିଛନ୍ତି। ଏହି ସଭାରେ ମୁଖ୍ୟ ଅତିଥ୍ ଭାବେ କେନ୍ଦୁଝର ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ନଗର ପ୍ରଭାରୀ ଦିଲ୍ଲୀପ କୁମାର ପଣ୍ଡା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଭାଗିରଥି ସିଂ, ପୂର୍ବତନ ମଣ୍ଡଳ ସଭାପତି ବେଣୁଧର ମହାନ୍ତି, ରୁପେଶ ମହାନ୍ତି, ଯୁଧୂଷ୍ଟିର ମହାନ୍ତି, ରଞ୍ଜନ ପଣ୍ଡା ଓ ଦେବବ୍ରତ ଗିରି ଉପସ୍ଥିତ ଥୂଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande