
କେନ୍ଦୁଝର, ୧୪ ମାର୍ଚ୍ଚ (ହି.ସ.) - ଖଣି ସୁରକ୍ଷା ମହାନିର୍ଦ୍ଦେଶକ (ଡିଜିଏମଏସ୍), ଭୁବନେଶ୍ୱର ଅଂଚଳ- ୧ଏବଂ ୨ଆନୁକୁଲ୍ୟରେ ଶନିବାର ଭୁବନେଶ୍ୱର ଠାରେ ଅନୁଷ୍ଠିତ ୪୩ତମ ବାର୍ଷିକ ଖଣି ସୁରକ୍ଷା ପକ୍ଷ -୨୦୨୬ ପାଳନ ଅବସରରେ ଟାଟା ଷ୍ଟିଲ୍ ୨୩ଗୋଟି ପୁରସ୍କାର ହାସଲ କରିଛି ।
ଏ-୧ସମୁଦାୟ ବର୍ଗର ପ୍ରଦର୍ଶନରେ କାଟଓମାଟି ଲୌହ ଖଣି ବିଜେତା ହୋଇ ପ୍ରଥମ ସ୍ଥାନ ଅଧିକାର କରିଛି ଏବଂ ସେହି ବର୍ଗରେ ଖଣ୍ଡବନ୍ଧ ଲୌହ ଖଣି କୁ ଦ୍ୱିତୀୟ ସ୍ଥାନ ମିଳିଛି ଓ କାଟଓମାଟି ଲୌହ ଖଣି ଜେନେରାଲ ୱାର୍କଙ୍ଗ ଏବଂ ଟ୍ରେନିଂ ବିଭାଗ ଗୁଡିକ ରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ମେକାନିକାଲ ମ୍ୟାନଟେନାନ୍ସ, ଇଲେକ୍ଟ୍ରିକାଲ୍ ମ୍ୟାନଟେନାନ୍ସ ବିଭାଗରେ ତୃତୀୟ ସ୍ଥାନ ଅଧିକାର କରିଛି ।
ସେହିପରି ଭାବରେ, ଖଣ୍ଡବନ୍ଧ ଲୌହ ଖଣି ମେକାନିକାଲ ମ୍ୟାନଟେନାନ୍ସ, ଇଲେକ୍ଟ୍ରିକାଲ୍ ମ୍ୟାନଟେନାନ୍ସ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛି ଏବଂ ଇନୋଭେଟିଭ୍ ଡିଜିଟାଇଜେସନ ବିଭାଗରେ ରେ ତୃତୀୟ ସ୍ଥାନ ହାସଲ କରିଛି । ଅନୁରୂପ ଭାବରେ ଯୋଡା ଇଷ୍ଟ ଲୌହ ଖଣି କୁ ଇନୋଭେଟିଭ୍ ଡିଜିଟାଇଜେସନ ଏବଂ ଟ୍ରେନିଂ ରେ ପ୍ରଥମ ସ୍ଥାନ ଏବଂ ଡ୍ରିଲିଙ୍ଗ ବ୍ଳାଷ୍ଟିଙ୍ଗ ତଥା ଇଲେକ୍ଟ୍ରିକାଲ୍ ବିଭାଗ ଗୁଡିକରେ ଦ୍ୱିତୀୟ ସ୍ଥାନ ମିଳିଛି ।
ଭୋକେସନାଲ ଟ୍ରେନିଂ ଏବଂ ଅକୁପେସନାଲ୍ ହେଲଥ ପାଇଁ ପାଇଁ ଯୋଡା ଇଷ୍ଟ କୁ ପୃଥକ ପୃଥକ ଭଓବରେ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଡାଇରକ୍ଟୋରେଟ୍ ଜେନେରାଲ ଅଫ ମାଇନ ସେଫଟି (ଡି ଜି ଏମ୍ ଏସ୍) (ଧାନବାଦ) ର ମହାନିର୍ଦେଶକ ଉଜ୍ଜ୍ୱଳ ତାହ ଯୋଗଦେଇଥିଲେ ଓ ଏତଦବ୍ୟତୀତ, ଡେପୁଟି ଡାଇରେକ୍ଟର ଜେନେରାଲ ଅଫ ମାଇନ ସେଫଟି (ସାଉଥ ଇଷ୍ଟର୍ଣ୍ଣ ଜୋନ), ରାଂଚି, ଶ୍ୟାମ ସୁନ୍ଦର ପ୍ରସାଦ, ଇଷ୍ଟର୍ଣ୍ଣ ଜୋନ ମାଇନିଂ ଏସୋସିଏସନ ସଭାପତି ରାଜୀବ ଲୋଚନ ମହାନ୍ତି, ଡାଇରେକ୍ଟର ଅଫ୍ ମାଇନ ସେଫଟି (ଭୁବନେଶ୍ୱର-୧) ଅବନିଶ କୁମାର ମିଶ୍ର, ଡାଇରେକ୍ଟର ଅଫ୍ ମାଇନ ସେଫଟି (ଭୁବନେଶ୍ୱର-୨) ନସୀନା ବଓଲାସୁବ୍ରମନ୍ୟମ୍, ଦେବାଶିଷ ଜେନା, ଜେନେରାଲ ମ୍ୟାନେଜର (ଓ ଏମ୍ କ୍ୟୁ) ଟାଟା ଷ୍ଟିଲ, ସଂଘ ପ୍ରତିନିଧି, ଖଣି ଏଜେଂଟ, ମ୍ୟାନେଜର, ଅଧିକାରୀ, ଏବଂ ବିଭିନ୍ନ ଖଣି କମ୍ପାନୀର କର୍ମଚାରୀମାନେ ଉପସ୍ଥିତ ଥିଲେ ।
ବିଭିନ୍ନ ଖଣି କମ୍ପାନି ଏବଂ ଭେଣ୍ଡର ପାର୍ଟନରମାନଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ଷ୍ଟଲଗୁଡ଼ିକୁ ଅତିଥି ମାନେ ପରିଦର୍ଶନ କରିଥିଲେ ଯେଉଁଥିରେ ସର୍ବୋତମ ନିରାପତା ଅଭ୍ୟାସ ଏବଂ ନିରାପତା ଉପକରଣ ପ୍ରଦର୍ଶିତ ହୋଇଥିଲା ।
ଖଣିରେ ସୁରକ୍ଷିତ କାର୍ଯ୍ୟ ପଦ୍ଧତିରେ ଉନ୍ନତି ଆଣିବା, ଖଣିରେ ଦୁର୍ଘଟଣାକୁ ଯଥେଷ୍ଟ ହ୍ରାସ କରିବା ଏବଂ 'ଶୂନ୍ୟ କ୍ଷତି' ର ଭାବଧାରା ସୃଷ୍ଟି ପାଇଁ ପ୍ରତିବର୍ଷ ଦେଶର ସମସ୍ତ ଅଂଚଳରେ ଖଣି ନିରାପତା ସପ୍ତାହ ପାଳନ କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA