
କେନ୍ଦୁଝର, ୧୪ ମାର୍ଚ୍ଚ (ହି.ସ.) - ଭାରତୀୟ ଜନତା ପାର୍ଟିର ନରଣପୁର ମଣ୍ଡଳ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ ଭିବିଜି ରାମ ଜୀ ଯୋଜନା ଓ ସମ୍ବଦ୍ଧନା ସଭା ଆୟୋଜିତ ହୋଇଥିଲା। ମଣ୍ଡଳ ସଭାପତି ରତି ରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଦଳୀୟ କାର୍ଯ୍ୟକ୍ରମ ଓ ସରକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ସଭାପତି ଶୁକଦେବ ମହାନ୍ତି ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ନଗର ପ୍ରଭାରୀ ଦିଲ୍ଲିପ କୁମାର ପଣ୍ଡା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଭାଗିରଥ୍ ସିଂ, ପୂର୍ବତନ ମଣ୍ଡଳ ସଭାପତି ବେଣୁଧର ମହାନ୍ତି, ରୁପେଶ ମହାନ୍ତି, ଯୁଧୂଷ୍ଟିର ମହାନ୍ତି, ରଞ୍ଜନ ପଣ୍ଡା ଓ ଦେବବ୍ରତ ଗିରି ଉପସ୍ଥିତ ଥିଲେ। ସଭାରେ ଭିବିଜି ରାମ ଜୀ ଯୋଜନା ଅନୁସାରେ ଲୋକମାନେ ୧୦୦ ଦିନର କାମ ପରିବର୍ତେ ୧୨୫ ଦିନର କାମ ପାଇବା ସହିତ ୭ ଦିନ ମଧ୍ୟରେ କିପରି ମଜୁରୀ ପାଇପାରିବେ ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିସହ ଦଳର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ଆଗାମୀ କାର୍ଯ୍ୟଯୋଜନା ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫୦ରୁ ଅଧୂକ ପୁରୁଷ ଓ ମହିଳା କର୍ମୀ ଯୋଗଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA