କୋଲକାତାର ବ୍ରିଗେଡ ମୈଦାନରେ ବିଜେପିର ପରିବର୍ତନ ସଂକଳ୍ପ ରାଲି, ପରିବର୍ତ୍ତନ ଦାବି କଲେ ନେତା
କୋଲକାତା, 14 ମାର୍ଚ୍ଚ (ହି.ସ.)- କୋଲକାତାର ବ୍ରିଗେଡ୍ ପରେଡ୍ ମୈଦାନରେ ଆୟୋଜିତ ଭାରତୀୟ ଜନତା ପାର୍ଟି (ଭାଜପା)ର “ପରିବର୍ତ୍ତନ ସଂକଳ୍ପ ରାଲି”ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିବା ପୂର୍ବରୁ ମଧ୍ୟ ଦଳର ଅନେକ ବରିଷ୍ଠ ନେତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା
ରାଲି


କୋଲକାତା, 14 ମାର୍ଚ୍ଚ (ହି.ସ.)- କୋଲକାତାର ବ୍ରିଗେଡ୍ ପରେଡ୍ ମୈଦାନରେ ଆୟୋଜିତ

ଭାରତୀୟ ଜନତା ପାର୍ଟି (ଭାଜପା)ର “ପରିବର୍ତ୍ତନ ସଂକଳ୍ପ ରାଲି”ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦି ପହଞ୍ଚିବା ପୂର୍ବରୁ ମଧ୍ୟ ଦଳର ଅନେକ ବରିଷ୍ଠ ନେତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା

ବାନାର୍ଜୀଙ୍କ ସରକାର ଉପରେ ତୀବ୍ର ରାଜନୈତିକ ଆକ୍ରମଣ କରିଥିଲେ ଏବଂ ରାଜ୍ୟରେ କ୍ଷମତା

ପରିବର୍ତ୍ତନ ହେବ ବୋଲି ଦାବି କରିଥିଲେ।

ରାଲିକୁ ସମ୍ବୋଧନ କରି ଅଭିନେତା ଏବଂ ଭାଜପା ନେତା ମିଥୁନ୍

ଚକ୍ରବର୍ତ୍ତୀ ରାଜ୍ୟ ସରକାରଙ୍କ “ଯୁବ ସାଥୀ ଯୋଜନା” ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ ଭାଜପା କ୍ଷମତାରେ

ଆସିଲେ ରାଜ୍ୟବାସୀଙ୍କ ସମସ୍ୟାର ସମାଧାନ କରିବ। ସେ କୃଷକମାନଙ୍କ, ବିଶେଷକରି ଆଳୁ

ଚାଷୀମାନଙ୍କ ପାଇଁ ପ୍ରାଥମିକତାର ସହ କାମ କରିବାର ଆଶ୍ୱାସନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ମମତା

ବାନାର୍ଜୀଙ୍କୁ କଟାକ୍ଷ କରି ସେ ଅଭିଯୋଗ କରିଥିଲେ ଯେ ରାଜ୍ୟ ସରକାର ଜନତାଙ୍କୁ ଦିଆଯାଇଥିବା

ଆଶ୍ୱାସନାଗୁଡ଼ିକ ପୂରଣ କରୁନାହାନ୍ତି।

ଭାଜପାର ରାଜ୍ୟ ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ମଧ୍ୟ ତୃଣମୂଳ

କଂଗ୍ରେସର ନୀତିଗୁଡ଼ିକର ସମାଲୋଚନା କରିଥିଲେ। ସେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ କୃଷକ

ସମ୍ମାନ ନିଧି ଯୋଜନାରୁ କୃଷକମାନେ ଆର୍ଥିକ ଲାଭ ପାଇଛନ୍ତି। ଏଥିସହିତ ଆଳୁ ଚାଷୀମାନଙ୍କ

ସମସ୍ୟାର ଉଲ୍ଲେଖ କରି କହିଥିଲେ ଯେ ଭାଜପା ସରକାର ଗଠନ ହେଲେ କୃଷକମାନଙ୍କ ପାଇଁ ନ୍ୟୁନତମ

ସମର୍ଥନ ମୂଲ୍ୟ ନିଶ୍ଚିତ କରାଯିବ।

ଦଳର ପୂର୍ବତନ ରାଜ୍ୟ ଅଧ୍ୟକ୍ଷ ଦିଲୀପ ଘୋଷ ନିଜ ଭାଷଣରେ

ରାଜ୍ୟର ଲୋକମାନଙ୍କୁ ବର୍ତ୍ତମାନ ସରକାରକୁ ହଟାଇବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ

ଭାଜପା ପଶ୍ଚିମ ବଙ୍ଗରେ ବିକାଶ ଏବଂ ଚାକିରିର ନୂତନ ସୁଯୋଗ ସୃଷ୍ଟି କରିବ। ସେ ଦାବି କରିଥିଲେ

ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଜ୍ୟରେ ରେଳ ଓ ଭିତ୍ତିଭୂମି ଢାଞ୍ଚା

ସମ୍ପର୍କିତ ଅନେକ ବିକାଶ କାର୍ଯ୍ୟ ହୋଇଛି। ସେଥିସହିତ ସେ ଅଭିଯୋଗ କରିଥିଲେ ଯେ ରାଜ୍ୟ

ସରକାରଙ୍କ ନୀତିମାନଙ୍କ କାରଣରୁ ଅନେକ ଶିଳ୍ପପତି ନିବେଶ କରିବାରୁ ପଛକୁ ହଟୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande