ୱାର୍ଡ ପରିମଳ ୱାର୍ଡ ମୁଣ୍ଡରୁ କାର୍ଯ୍ୟକ୍ରମର ଶୁଭାରମ୍ଭ
ନୂଆପଡ଼ା, ୧୪ ମାର୍ଚ୍ଚ (ହି.ସ.)- ଏକକ ବ୍ୟବହାର ଯୁକ୍ତ ପ୍ଲାଷ୍ଟିକ ମୁକ୍ତ ପାଇଁ ନୂଆପଡ଼ା ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି କ୍ରମରେ ଆଜି ଆରମ୍ଭ ହୋଇଛି ୱାର୍ଡ ପରିମଳ ମୁଣ୍ଡରୁ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ୱାର୍ଡ ନମ୍ବର ପାଞ୍ଚର
Word parimala sachetanata


ନୂଆପଡ଼ା, ୧୪ ମାର୍ଚ୍ଚ (ହି.ସ.)- ଏକକ ବ୍ୟବହାର ଯୁକ୍ତ ପ୍ଲାଷ୍ଟିକ ମୁକ୍ତ ପାଇଁ ନୂଆପଡ଼ା ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି କ୍ରମରେ ଆଜି ଆରମ୍ଭ ହୋଇଛି ୱାର୍ଡ ପରିମଳ ମୁଣ୍ଡରୁ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ୱାର୍ଡ ନମ୍ବର ପାଞ୍ଚରୁ ଶୁଭାରମ୍ଭ କରାଯାଇଛି। ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଳାଙ୍କ ନେତୃତ୍ଵରେ ବିଭିନ୍ନ ବିଭାଗର ଅଧିକାରୀ, ଏନ୍ ଏ ସି କର୍ମଚାରୀ ଓ ସଫେଇ କର୍ମଚାରୀ ଯୋଗଦେଇ ସଫେଇ କାର୍ଯ୍ୟ କରିଥିଲେ। ଲୋକମାନେ ସଚେତନ ହୋଇ ପଲିଥିନ ବ୍ୟବହାର କମ୍ କରିବାକୁ ଆହ୍ବାନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ଜିଲ୍ଲା ସାରା ଆରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଥିଲା। ଏକ ସ୍ଵଚ୍ଛ ସୁନ୍ଦର ଜିଲ୍ଲା ଗଠନ ପାଇଁ ଏହି ଅଭିଯାନକୁ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଛି ଜିଲା ପ୍ରଶାସନ।

ଏଥିରେ ଖଡ଼ିଆଳ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ଵାଧୀନ କେତନ ମହାରଣା, ଡେପୁଟି ଲେବର କମିଶନର ରବିନ୍ଦ୍ର ବାର୍ଲାଙ୍କ ସମେତ ଏନଏସିର ସମସ୍ତ କର୍ମଚାରୀ, କାଉନସିଲର ଓ ସ୍ଵଛସାଥୀ ମାନେ ଯୋଗଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande