
ନୂଆଦିଲ୍ଲୀ,୧୪ ମାର୍ଚ୍ଚ(ହି.ସ.) – ଭାରତୀୟ ଯୁବ କଂଗ୍ରେସ ଭାରତ-ଆମେରିକା ମଧ୍ୟରେ ପ୍ରସ୍ତାବିତ ବ୍ୟବସାୟ ବୁଝାମଣା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ୧୬ ମାର୍ଚ୍ଚରେ ସଂସଦ ଘେରାଉ କରିବ। ଯୁବ କଂଗ୍ରେସ ଏଠାରେ ଆୟୋଜିତ ପ୍ରେସ କନ୍ଫ୍ରେନ୍ସରେ ଏହାର ସୂଚନା ଦେଇଛି। ଏହି ଅବସରରେ ଦିଲ୍ଲୀ ପ୍ରଦେଶ ଯୁବ କଂଗ୍ରେସର ଅଧ୍ୟକ୍ଷ ଅକ୍ଷୟ ଲାକଡ଼ା, ରାଷ୍ଟ୍ରୀୟ ସଚିବ ଏବଂ ଦିଲ୍ଲୀ ସହ ପ୍ରଭାରୀ କୃଷ୍ଣହରି ତଥା ସହ ପ୍ରଭାରୀ ହୈୱରନ କଂସାନା ଉପସ୍ଥିତ ଥିଲେ। ଅକ୍ଷୟ ଲାକଡ଼ା କହିଛନ୍ତି ଯେ ଭାରତୀ ଯୁବ କଂଗ୍ରେସର କାର୍ଯ୍ୟକର୍ତାମାନେ ନିକଟରେ ଆୟୋଜିତ ଏଆଇ ଶିଖର ସମ୍ମିଳନୀ ସମୟରେ ପ୍ରଦର୍ଶନ କରିଥିଲେ, ଯାହାକୁ ସେମାନେ ଲୋକତାନ୍ତ୍ରିକ ଅଧିକାର କହିଛନ୍ତି। ଅଦାଲତ ମଧ୍ୟ ମାନିଛନ୍ତି ଯେ ଲୋକତନ୍ତ୍ରରେ ବିରୋଧ ପ୍ରଦର୍ଶନର ଅଧିକାର ସମସ୍ତ ନାଗରିକଙ୍କ ପାଇଁ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି