
ଭୁବନେଶ୍ୱର, 14 ମାର୍ଚ୍ଚ (ହି.ସ.)-
ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ
ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏହି କ୍ରମରେ ବିଜେପି
ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ରାଜ୍ୟସଭା ନିର୍ବାଚନ ପର୍ଯ୍ୟବେକ୍ଷକ ଚନ୍ଦ୍ରଶେଖର ବାୱନ୍
କୁଲେ। ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ତୋମାର ମଧ୍ୟ ଉପସ୍ଥିତ ଅଛନ୍ତି ।
ପ୍ରଥମେ ଏସଆଇଆର ପ୍ରସଙ୍ଗରେ ହେବ ବୈଠକ । ରାଜ୍ୟ ବିଜେପି
ପଦାଧିକାରୀ ଓ ବିଧାୟକ ମାନେ ଉପସ୍ଥିତ ରହିବେ । ଏହାପରେ ରାଜ୍ୟସଭା ନିର୍ବାଚନକୁ ନେଇ ବିଧାୟକ
ମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବ । ଯେଉଁଥିରେ ଭୋଟିଂ ବାବଦରେ ଟ୍ରେନିଂ ମଧ୍ୟ ଦିଆଯିବ ବୋଲି
ସୂଚନା ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା