ଶ୍ରୀଜଗନ୍ନାଥ ସୌରଭ ସମ୍ଭାର ପୁସ୍ତକ ଉନ୍ମୋଚିତ
ପୁରୀ, ୧୪ ମାର୍ଚ୍ଚ (ହି.ସ.)- ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ଆୟୋଜିତ ଶ୍ରୀ ଜଗନ୍ନାଥ ଚେତନା ଓ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର ପୁସ୍ତକ ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ସଭାଗୃହରେ ଶନିବାର ପୂର୍ବାହ୍ନରେ ଉନ୍ମୋଚନ ହୋଇଯାଇଛି । ମହାପ୍ରଭୁ ଶ୍ରୀଜ
ଶ୍ରୀଜଗନ୍ନାଥ ସୌରଭ ସମ୍ଭାର ପୁସ୍ତକ ଉନ୍ମୋଚିତ


ପୁରୀ, ୧୪ ମାର୍ଚ୍ଚ (ହି.ସ.)- ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ଆୟୋଜିତ ଶ୍ରୀ ଜଗନ୍ନାଥ ଚେତନା ଓ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର ପୁସ୍ତକ ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ସଭାଗୃହରେ ଶନିବାର ପୂର୍ବାହ୍ନରେ ଉନ୍ମୋଚନ ହୋଇଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରେରଣା ବାଣୀ ସକାଳୁ ସକାଳୁ ଉଠନ୍ତୁ ଜୟ ଜଗନ୍ନାଥ ଜପନ୍ତୁ । ଏହି କାର୍ଯ୍ୟକ୍ରମକୁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସଭାପତି ଡଃ. ନାରାୟଣ ମହାପାତ୍ର, ସମ୍ପାଦକ ଉମାନାଥ ମିଶ୍ର ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ମହିମା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଭକ୍ତ ସମାଜର ଶଶିକାନ୍ତ ରଥ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ରାଧାବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ ମହାରାଜ, ବଡୁ ସୁଆର ନିଯୋଗ ସଭାପତି ବିଶ୍ୱନାଥ ସାମନ୍ତରାୟ, ଦଇତାପତି ନିଯୋଗର ଦୁର୍ଗା ପ୍ରସାଦ ଦାସ ମହାପାତ୍ର, ଶ୍ରୀମନ୍ଦିର ପୂଜାପଣ୍ଡା ସେବକ ରାମନାରାୟଣ ପୂଜାପଣ୍ଡା, ଜମେଶ୍ୱର ଖୁଣ୍ଟିଆ, ରାଜ୍ଯ ସରକାରଙ୍କ ପ୍ରଶାସନିକ ଅଧିକାରୀ ବିଜୟ କୁମାର ଦାଶ, ଅଳକା ଦାଶ, ଚୂନରା ସେବକ ଶରତ ମହାନ୍ତି, ଡଃ. ବନୋଜ ରାୟ , ଅଧ୍ୟକ୍ଷା ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ଅଧ୍ୟକ୍ଷା ହରପ୍ରିୟା ଦାଶ, ସୁଶୀଲ ପଟ୍ଟନାୟକ, କୁଳପତି ଓଡ଼ିଆ ବିଶ୍ଵବିଦ୍ୟାଳୟ ଶତ୍ରୁଘ୍ନ ପାଣିଗ୍ରାହୀ, ରବିନାରାୟଣ ମହାପାତ୍ର, ବିଜୟ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ସୁରେଶ ମିଶ୍ର ତ୍ରିଲୋଚନ ନାୟକ, ବିଜୟ ପଣ୍ଡା, ପ୍ରଫୁଲ ଦାସ, ଭଗବାନ ଦାଶ, ଅନାମିକା ସ୍ୱାଇଁ, ଅଜୟ ଦାସ, ଅକ୍ଷୟ ସାହୁ, ଶରତ ମହାପାତ୍ର, ତନ୍ମୟ ଜେନା, ଅଶୋକ ବଳ, ବଂଶୀଧର ନାୟକ, ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ । କୁନି କଳାକାର ଅନନ୍ୟା ସାମନ୍ତରାୟ ଓ ଭୁବନେଶ୍ୱର ଲେଡ଼ିଜ ଫୋରମ ସଦସ୍ୟା ମାନଙ୍କ ଦ୍ୱାରା ସୁନ୍ଦର ଭଜନ ନୃତ୍ୟ ପରିବେଷଣ କରାଯାଇଥିଲା । ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର ପୁସ୍ତକରେ ଶ୍ରୀ ଜଗନ୍ନାଥ ଓ ଶ୍ରୀମନ୍ଦିରର ଆତ୍ମ କଥା, ଶିଳାଲେଖା ଓ ଅଭିଲେଖାରେ ଶ୍ରୀ ଜଗନ୍ନାଥ, ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ, ଶ୍ରୀ ଜଗନ୍ନାଥ ଓ ଭକ୍ତ ରାଜା ଇନ୍ଦ୍ରଦୁମ୍ନ, ଶରଧାବାଲି ଗୁଣ୍ଡିଚା, ରୋଷଘର ଅଭଡ଼ା ମହାପ୍ରସାଦ ଓ ଛପନ ଭୋଗ, ଶ୍ରୀମନ୍ଦିରରେ ପର୍ବପର୍ବାଣି, ସ୍ନାନ ପୁର୍ଣିମା, ବେଢା ଦେବା ଦେବି, ଶ୍ରୀ ଜଗନ୍ନାଥଙ୍କ ଦୈନଦିନ ନୀତି ଉପାସନା, ଶ୍ରୀଜଗନ୍ନାଥ ବିଷୟରେ ଜାଣିବା ପାଇଁ ପ୍ରସ୍ତୁତ କରାଯାଇଛି । ଏବଂ ନୂତନ ପ୍ରଯୁକ୍ତି ବିଦ୍ୟା ଏଆଇରେ ଭିଡ଼ିଓ ଫିଲ୍ମ କରାଯାଇ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ୟୁ ଟ୍ୟୁବରେ ଛଡ଼ାଯାଇଛି । ଏଥି ସହିତ ଜଗନ୍ନାଥ ସଂସ୍କୃତି ପାଇଁ କାର୍ଯ୍ୟ କରିଆସୁଥିବା ପ୍ରତ୍ଯକ ଜ଼ିଲ୍ଲାରେ ବ୍ୟକ୍ତି ଓ ମହିଳାଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତି ରକ୍ଷକ ସମ୍ମାନ ପ୍ରଦାନ କରାଯାଇଛି ।

ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମହାପ୍ରଭୁ ଜଗନ୍ନାଥଙ୍କ ଭଜନରେ କିଛି ନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଡଃ. ନାରାୟଣ ମହାପାତ୍ର, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆର ଉମାକାନ୍ତ ମିଶ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande