ସାଂସଦ ଲ୍ୟାଡକୁ ଚଂଚକତା :ଚିହ୍ନଟ ଜମିରେ ନହୋଇ ବ୍ୟକ୍ତିଗତ ଜମିରେ ଚାଲିଛି ଘର ନିର୍ମାଣ :
ଧର୍ମଶାଳା,୧୪ମାର୍ଚ୍ଚ(ହି.ସ.) - ସରକାର ଜନସାଧାରଣଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ହେଲେ କିଛି କୁଚକ୍ରୀ ସରକାରୀ ଯୋଜନାକୁ ବିଭିନ୍ନ ଉପାୟରେ ହାତେଇ ଏହାକୁ ଲୁଟ କରିବା ପାଇଁ ବିିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି । ଚଂଚକତା କରି ସରକାରୀ ଅର୍ଥକୁ ଆତ୍ମସାତ୍ କରିବାକୁ
ସାଂସଦ ଲ୍ୟାଡକୁ ଚଂଚକତା :ଚିହ୍ନଟ ଜମିରେ ନହୋଇ  ବ୍ୟକ୍ତିଗତ ଜମିରେ ଚାଲିଛି ଘର ନିର୍ମାଣ


ଧର୍ମଶାଳା,୧୪ମାର୍ଚ୍ଚ(ହି.ସ.) - ସରକାର ଜନସାଧାରଣଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ହେଲେ କିଛି କୁଚକ୍ରୀ ସରକାରୀ ଯୋଜନାକୁ ବିଭିନ୍ନ ଉପାୟରେ ହାତେଇ ଏହାକୁ ଲୁଟ କରିବା ପାଇଁ ବିିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି । ଚଂଚକତା କରି ସରକାରୀ ଅର୍ଥକୁ ଆତ୍ମସାତ୍ କରିବାକୁ ଉଦ୍ୟମ କରାଯାଉଛି । ଯାହାକି ବିଭାଗୀୟ ଯନ୍ତ୍ରୀଙ୍କ ପାରିବା ପଣିଆକୁ ନେଇ ଅଙ୍ଗୁଳି ନିର୍ଦ୍ଧେଣ ହୋଇଛି । ତେବେ ସମ୍ପୂର୍ଣଭାବେ ବେଆଇନ କାର୍ଯ୍ୟକୁ ବନ୍ଦ କରିବାକୁ ବିଭିନ୍ନ ମହଲରେ ଦୃଢ ଦାବି ହେଉଛି ।

ଏଭଳି ଚଂଚକତା ଘଟଣା ଦେଖିବାକୁ ମିଳିଛି ଯାଜପୁର ବ୍ଲକ ବରୀ ନିର୍ବାଚନ ମଣ୍ଡଳୀ ଝାଲପଡା ପଂଚାୟତରେ । ଏହି ପଂଚାୟତ ଅନ୍ତର୍ଗତ ଝାଲପଡା ଗ୍ରାମର ବିପ୍ର ସାହୁଙ୍କ ଦିବ୍ୟାଙ୍ଗ ପୁଅ ସତ୍ୟବ୍ରତ ସାହୁ ଓ ଗ୍ରାମର କିଛି ଯୁବକ ଛୋଟଛୋଟ ପିଲାମାନଙ୍କୁ ନୃତ୍ୟ ଶିଖାଇବା ପାଇଁ ଘର ଖଣ୍ଡେ ଯୋଗାଇ ଦେବାକୁ ଯାଜପୁର ସାଂସଦ ଡ. ରିବନ୍ଦ୍ର ନାରୟଣ ବେହେରାଙ୍କୁ ଅନୁରୋଧ କରିଥିଲେ । ସାଂସଦ ଗ୍ରାମବାସୀଙ୍କ ଦାବିକୁ ରକ୍ଷା କରି ତାଙ୍କ ହାତ ପାଣ୍ଠିରୁ ଏକ ନୂତନ ଘର ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ଅନୁଦାନ ରାଶି ଯୋଗାଇ ଦେଇଥିଲେ । ସରକାରଙ୍କ ନିୟମ ମୁତବାକ ଗ୍ରାମବାସୀ ସ୍ଥିର କରିଥିବା ଜାଗାରେ ସତ୍ୟବ୍ରତ ଘର ନିର୍ମାଣ ନ କରି ଚଂଚକତା କରି ବ୍ରାହ୍ମଣୀ ନଦୀ କୂଳରେ ଏକ ଅପରିତ୍ୟିକ୍ତ ସ୍ଥାନରେ ୨ଡିସିମିଲ ଜମିକୁ ସରକାରଙ୍କ ନାମରେ ଦଲିଲ କରି ବ୍ରାହ୍ମଣୀ ନଦୀ ବନ୍ଧ ଆରପାଶ୍ୱରେ ବ୍ୟକ୍ତିଗତ ଜମି ଖାତା ନଂ ୫୯୧ା୨୧୭ ଓ ପ୍ଲଟ ନଂ ୨୨୮୩ ଯାହାର ମାଲିକାନା ସତ୍ୟବ୍ରତଙ୍କ ପିତା ବିପ୍ର ଚରଣ ସାହୁଙ୍କ ଜମିରେ ଉକ୍ତ ଘର ନିର୍ମାଣ କରାଯାଉ ଥିବା ଜଣାପଡିଛି । ଏହାକୁ ନେଇ ଗ୍ରାମରେ ଘୋର ଅସନ୍ତୋଷ ପ୍ରକାଶ ପାଇବା ସହ ବେଆଇନ କାର୍ଯ୍ୟକୁ ବନ୍ଦ କରିବାକୁ ଗ୍ରାମବାସୀ ଯାଜପୁର ବ୍ଲକ ଉନ୍ନୟନ ଅଧିକାରୀଙ୍କ ସମେତ ଜିଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏନେଇ ଝାଲପଡା ସରପଂଚ ଭାରତୀ ମଲିକଙ୍କୁ ପଚାରିବାରୁ ଏହି ଘଟଣା ମୋ ନଜରରେ ନାହିଁ ବୋଲି କହିଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଗୀତାଶ୍ରୀ ବେହେରାଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ବ୍ୟକ୍ତିଗତ ମାଲିକାନା ଥିବା ଜାଗାରେ ନିର୍ମାଣ କାର୍ଯ୍ୟ କରିବା ସମ୍ପୂର୍ଣ୍ଣ ବେଆଇନ । ଯଦି ବ୍ୟକ୍ତିଗତ ସ୍ଥାନରେ ହୋଇଥାଏ ତଦନ୍ତ ପରେ ଉକ୍ତ କାର୍ଯ୍ୟକୁ ବନ୍ଦ କରି ଦିଆଯିବ ବୋଲି ତାଙ୍କ ପ୍ରତିକ୍ରୀୟାରେ କହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande