ବଲାଙ୍ଗିର ଜେଲ୍ ରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
ବଲାଙ୍ଗିର, ୧୪ ମାର୍ଚ୍ଚ (ହି.ସ.)- ବଲାଙ୍ଗିର ଜେଲ୍ ଭିତରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କଏଦୀ ଜଣକ ବଲାଙ୍ଗିର ସଦର ଥାନା କୁଶଙ୍ଗ ଗାଁର ଭୀଷ୍ମଦେବ ସାହୁ ଓରଫ ଗୋପାଳ( ୩୭) ବୋଲି ଜଣାପଡ଼ିଛି। ଗତ ୨୦୨୧ରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସେ ଜେଲ୍ ଯାଇଥିଲେ। ବର୍ଷେ ତଳେ ଭୀଷ୍ମଦେବଙ୍କୁ କୋର
ବଲାଙ୍ଗୀର ଜେଲ୍ ଭିତରେ  କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ


ବଲାଙ୍ଗିର, ୧୪ ମାର୍ଚ୍ଚ (ହି.ସ.)- ବଲାଙ୍ଗିର ଜେଲ୍ ଭିତରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କଏଦୀ ଜଣକ ବଲାଙ୍ଗିର ସଦର ଥାନା କୁଶଙ୍ଗ ଗାଁର ଭୀଷ୍ମଦେବ ସାହୁ ଓରଫ ଗୋପାଳ( ୩୭) ବୋଲି ଜଣାପଡ଼ିଛି।

ଗତ ୨୦୨୧ରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସେ ଜେଲ୍ ଯାଇଥିଲେ। ବର୍ଷେ ତଳେ ଭୀଷ୍ମଦେବଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଆଜି ମଧ୍ୟାହ୍ନରେ ଜେଲ କର୍ତ୍ତୃପକ୍ଷ ଝୁଲନ୍ତା ଅବସ୍ଥାରେ ଭୀଷ୍ମଦେବଙ୍କ ମୃତଦେହ ଉଦ୍ଧାର କରିଥିଲେ। ଭୀଷ୍ମଦେବଙ୍କ କୁଶଙ୍ଗ ଗାଁରେ ଥିବା ପରିବାର ଲୋକଙ୍କୁ ଭୀଷ୍ମ ଜେଲ୍ ଭିତରେ ଆତ୍ମହତ୍ୟା କରିଥିବା ଖବର ଦେଇଥିଲେ ଜେଲ କର୍ତ୍ତୃପକ୍ଷ। ଭୀମଭୋଇ ମେଡିକାଲ କଲେଜକୁ ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ଅଣାଯାଇଛି। ଜେଲ୍ ଭିତରେ ଚତୁରତାର ସହିତ ଭୀଷ୍ମଦେବଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande