ଶିଶୁ ମାନଙ୍କ କ୍ଷେତ୍ରରେ ଇଂଟରନେଟ ଜରିଆରେ ଅପରାଧ ସମ୍ପର୍କରେ ସଚେତନତା କର୍ମଶାଳା
ଭୁବନେଶ୍ୱର, ୧୪ ମାର୍ଚ୍ଚ (ହି.ସ)- ଶିଶୁ ମାନଙ୍କ କ୍ଷେତ୍ରରେ ଦେଖାଦେଇଥିବା ଇଂଟରନେଟ ଜରିଆରେ ଅପରାଧ ସମ୍ପର୍କରେ ସଚେତନତା ପାଇଁ କର୍ମଶାଳା ଆୟୋଜିତ ହୋଇଯାଇଛି। ସାଇବର ଅପରାଧ ଶିକାର ହେଲେ କିପରି ଜଣାଇବ ଓ ଜାଣିହେବ ସେ ନେଇ ପ୍ରୟାସ ଆରମ୍ଭ କରିଛି ଓଡିଶା ପୋଲିସ। ପିଲାଙ୍କୁ ମୋବାଇଲ ବ୍ୟବହାର କରିବା
ଶିଶୁ ମାନଙ୍କ କ୍ଷେତ୍ରରେ ଇଂଟରନେଟ ଜରିଆରେ ଅପରାଧ ସମ୍ପର୍କରେ ସଚେତନତା କର୍ମଶାଳା


ଭୁବନେଶ୍ୱର, ୧୪ ମାର୍ଚ୍ଚ (ହି.ସ)- ଶିଶୁ ମାନଙ୍କ କ୍ଷେତ୍ରରେ ଦେଖାଦେଇଥିବା ଇଂଟରନେଟ ଜରିଆରେ ଅପରାଧ ସମ୍ପର୍କରେ ସଚେତନତା ପାଇଁ କର୍ମଶାଳା ଆୟୋଜିତ ହୋଇଯାଇଛି। ସାଇବର ଅପରାଧ ଶିକାର ହେଲେ କିପରି ଜଣାଇବ ଓ ଜାଣିହେବ ସେ ନେଇ ପ୍ରୟାସ ଆରମ୍ଭ କରିଛି ଓଡିଶା ପୋଲିସ।

ପିଲାଙ୍କୁ ମୋବାଇଲ ବ୍ୟବହାର କରିବାକୁ ଦେବା ସମୟରେ ସେମାନଙ୍କୁ ସଚେତନ ରହିବାକୁ ପଡିବ। ଭର୍ଚୁଆଲ ରେ କଣ କେଂଟଂଟ ଦେଖୁଛନ୍ତି ବା ବ୍ୟବହାର କରୁଛନ୍ତି ସେ ସମ୍ପର୍କରେ ମଧ୍ୟ ଅବଗତ ରହିବେ।ଏଥିପାଇଁ ଏକ ରୋଡ ମ୍ୟାପ ପ୍ରସ୍ତୁତ ହେଉଛି ।ଏନେଇ ପୋଲିସ ଡିଜି କହିଛନ୍ତି ୱାଇ ବି ଖୁରାନିଆ କହିଛନ୍ତି ଦେଶର ୯୦୦ମିଲିୟନ ଇଂଟରନେଟ ବ୍ୟବହାର କାରୀଙ୍କ ମଧ୍ୟରୁ ୩୦ମିଲିୟନ ଛାତ୍ର ଛାତ୍ରୀ ରହିଛନ୍ତି । ଛାତ୍ରଛାତ୍ରୀ ଇଂଟରନେଟ ବ୍ୟବହାର ଦ୍ୱାରା ଯେପରି କୋଣସି ଅପରଧର ଶିକାର ନ ହୁଅନ୍ତୁ , ଏଥିପାଇଁ ଆଗକୁ ଏକ ସାଇବର ଡମ୍ବ ପ୍ରସ୍ତୁତ କରାଯିବ। ଯେଉଁଠି ସାଇବର ଏକ୍ସପର୍ଟ ,ଲ ଏନଫୋର୍ସ ମେଂଟ ଏଜେନ୍ସି ଓ ଅଭିଜ୍ଞତା ଥିବା ଲୋକଙ୍କୁ ନେଇ ଆଗକୁ କିଭଳି ସାଇବର ଅପରାଧ କ୍ଷେତ୍ରରେ ଆସୁଥିବା ଚ୍ୟାଲେଞ୍ଜ ପାଇଁ ମୁକାବିଲା କରିବାକୁ ରଣନିତି ପ୍ରସ୍ତୁତ କରିବେ। ରାଜ୍ୟରେ ୩୪ଟି ସାଇବର ଥାନା ଏ ଦିଗରେ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଆଜିର ୱାର୍କସପ ରେ ଛାତ୍ରୀ ଛାତ୍ରୀ,ଟିଚର ଓ ପ୍ୟାରେଂଟସ ମାନଙ୍କୁ ନେଇ ଏକ ସଚେତନତା ମୁଳକ ଦିଗରେଆଲୋଚନା ହେବା ପରେ ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ସବୁ ଜିଲ୍ଲାରେ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଜାରି ରହିଛି ବୋଲି କହିଛନ୍ତି ଡିଜିପି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande