

ବଲାଙ୍ଗୀର,୧୫ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ସହର ସ୍ଥିତ ସ୍ଥିତ ଆଦିତ୍ରୀ ଉନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ସୁଦପଡା ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବି.ଏସ୍.ସି. ନର୍ସିଂ ୯ ଓ ଜି.ଏନ୍.ଏମ୍ ୪୯ ଜଣ ଛାତ୍ର ଛାତ୍ରୀ ଶପଥ ନେଲେ। ଆଦିତ୍ରୀ ନର୍ସିଂ ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱ ଓ ନିର୍ଦ୍ଦେଶିକା ମୋନାଲିସା ଯୋଷୀଙ୍କ ସଂଯୋଜନାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପୁଷ୍ପାଞ୍ଜଳି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଦର୍ଶ ସେବିକା ଓ ନିଷ୍ଠାପର ଭାବେ ସେବା କରିବାକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ସରକାରୀ ଏ.ଏନ୍.ଏମ୍ ଟ୍ରେନିଂ ସେଣ୍ଟର ଅଧ୍ୟକ୍ଷ ବିନୋଦିନୀ ଦାଶ, ଉପଦେଷ୍ଟା ଡା. ସିଦ୍ଧେଶ୍ୱର ମିଶ୍ର ଓ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ଯୋଗଦେଇ ତ୍ୟାଗପୂତ ସେବା ପାଇଁ ପ୍ରେରଣା ଦେଇଥିଲେ। ସରକାରୀ ଏ.ଏମ୍.ଏମ୍ ଟ୍ରେନିଂ ସେଣ୍ଟର ଟ୍ୟୁଟରଗଣ ବିଶ୍ୱ ବନ୍ଦିତା ମାହୁନ୍ତ, ସନ୍ତୋଷିନୀ ସ୍ୱାଇଁ, ଅଞ୍ଜଳୀ ବାରିକ, ଅନିତା ନାଏକ ଓ ମଞ୍ଜୁ ସେଠ ଅତିଥି ଭାବେ ଯୋଗ ଦେଇ ସମୟୋପଯୋଗୀ ନର୍ସିଂ ସେବା ପାଇଁ ଉତ୍ସାହିତ କରିଥିଲେ। ଉପାଧ୍ୟକ୍ଷା ପୂଜାରାଣୀ କୁଅଁର ଅଧ୍ୟାପକ ବୃନ୍ଦ ବଂଶୀଧର ଦାଶ, ଅନିଷା ହୋତା, ଅସିତ ଜେନା, ସୁଜାତା ମିର୍ଦ୍ଧା ପ୍ରମୁଖ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ। ଅନୁଷ୍ଠାନର ପରିଚାଳନା ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର ଛାତରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ