ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା, କେନ୍ଦୁଝର ଶାଖା ପକ୍ଷରୁ ବର୍ଷ ପ୍ରତିପଦା ଉତ୍ସବ ଆୟୋଜିତ
କେନ୍ଦୁଝର, ୧୫ ମାର୍ଚ୍ଚ (ହି.ସ.) - ଆଜି ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା, କେନ୍ଦୁଝର ଶାଖା ପକ୍ଷରୁ କେନ୍ଦୁଝର ଜିଲ୍ଲା ନଗର ଭବନ ଠାରେ ବର୍ଷ ପ୍ରତିପଦା (ଚୈତ୍ର ଶୁକ୍ଳ ପ୍ରତିପଦା) ଉତ୍ସବ ଆୟୋଜିତ ହୋଇଯାଇଛି । ଏଥିରେ ନାରାୟଣ ନାୟକ, ସଂଗଠନ ମନ୍ତ୍ରୀ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡ଼ିଶା, ମ
Akhila bhartiya sahitya


କେନ୍ଦୁଝର, ୧୫ ମାର୍ଚ୍ଚ (ହି.ସ.) - ଆଜି ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା, କେନ୍ଦୁଝର ଶାଖା ପକ୍ଷରୁ କେନ୍ଦୁଝର ଜିଲ୍ଲା ନଗର ଭବନ ଠାରେ ବର୍ଷ ପ୍ରତିପଦା (ଚୈତ୍ର ଶୁକ୍ଳ ପ୍ରତିପଦା) ଉତ୍ସବ ଆୟୋଜିତ ହୋଇଯାଇଛି । ଏଥିରେ ନାରାୟଣ ନାୟକ, ସଂଗଠନ ମନ୍ତ୍ରୀ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡ଼ିଶା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ସଂସ୍କୃତିର ଗାରିମା ସଂପର୍କରେ ଆଲୋଚନା କରିଥିଲେ । ଡ. ସନ୍ତୋଷ କୁମାର ମହାପାତ୍ର, ସାଧାରଣ ସମ୍ପାଦକ, ଅଖିଳ ଭାରତୀୟ ସାହିତ ପରିଷଦ, ଓଡ଼ିଶା ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଓଡ଼ିଆ ସଂସ୍କୃତି ତଥା ଓଡ଼ିଆ ଭାଷା ପ୍ରତି ଆନ୍ତରିକତା ରଖିବାକୁ ଆହ୍ୱାନ ଦେଇଥିଲେ। ସତ୍ୟଜିତ ନାୟକ, ସମ୍ପାଦକ, ଅଖିଳ ଭାରତୀୟ ସାହିତ ପରିଷଦ, ଓଡ଼ିଶା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଓଡ଼ିଆ ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ଏଥି ସହିତ ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେନ୍ଦୁଝର ଶାଖା ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ହେତୁ ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରକାଶନ କ୍ଷେତ୍ରରେ ଡ଼. ସୌମ୍ୟଜିତ୍ ପଣ୍ଡା, ଉତ୍କୃଷ୍ଟ ସାହିତ୍ୟ ସର୍ଜନା କ୍ଷେତ୍ରରେ ରୋଜାଲିନ୍ ମହାନ୍ତି, ସାହିତ୍ୟ ଗବେଷଣା କ୍ଷେତ୍ରରେ ଡ଼. ଡମ୍ବରୁଧର ମହାନ୍ତ, ସମାଜସେବା କ୍ଷେତ୍ରରେ ଯଶସ୍ୱିନୀ ବଳ ଓ ଆଜୀବନ ସାଧନା କ୍ଷେତ୍ରରେ ପ୍ରସନ୍ନ କୁମାର ପତିଙ୍କୁ ସମ୍ମାନିତ କରାଯାଇଥିଲା । ମଂଚ ପରିଚାଳନା କରିଥିଲେ ସମୟଶ୍ରୀ ଚାଟାର୍ଜୀ । ଧନ୍ୟବାଦ ଅର୍ପଣ କରିଥିଲେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଜିଲ୍ଲା ସଂଯୋଜିକା ଡ଼. ଶୁଭସ୍ମିତା ଦାଶ । କେନ୍ଦୁଝରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଇନ୍ଦ୍ରଧନୁ ପକ୍ଷରୁ ଓଡ଼ିଶୀ ଓ ଲୋକନୃତ୍ୟ ପ୍ରଦର୍ଶନ ହୋଇଥିଲା । ପରେ ପରେ କେନ୍ଦୁଝରର ବିଭିନ୍ନ ସାହିତ୍ୟ ଅନୁଷ୍ଠାନରୁ ଆସିଥିବା କବି, କବୟିତ୍ରୀ ମାନଙ୍କ ଦ୍ୱାରା କବିତା ପାଠୋତ୍ସବ କରାଯାଇଥିଲା । ଏଥିରେ ସଂଯୋଜନା କରିଥିଲେ କେନ୍ଦୁଝର ବରିଷ୍ଠ କବୟିତ୍ରୀ ଇନ୍ଦୁମତୀ ପାତ୍ର, ବରିଷ୍ଠ କବି ଚିନ୍ତାମଣି ମହାଳିକ, ଓ ଡକ୍ଟର ଭାରତୀ ବେହେରା । ମଂଚ ପରିଚାଳନା କରିଥିଲେ ଡ଼. ଶୁଭସ୍ମିତା ଦାଶ। ପରିଶେଷରେ ଭଜନ ଭକ୍ତି ତରଙ୍ଗ ଗ୍ରୁପ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ଆୟୋଜନ ପରିଚାଳନାର ଦାୟିତ୍ୱରେ ଥିଲେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ପ୍ରାନ୍ତ ପତ୍ରିକା ପ୍ରମୁଖ ଶ୍ରୀଯୁକ୍ତ ଅବିନାଶ ଦାସ । କେନ୍ଦୁଝରର ବିଭିନ୍ନ ଶିକ୍ଷାନୁଷ୍ଠାନ ତଥା ସାହିତ୍ୟ ଅନୁଷ୍ଠାନରୁ ଛାତ୍ର ଛାତ୍ରୀ ତଥା ସାହିତ୍ୟ ପ୍ରେମୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରାଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande