
ଭୁବନେଶ୍ୱର, ୧୫ ମାର୍ଚ୍ଚ (ହି.ସ.) – ଦଳୀୟ ହ୍ୱିପ୍ ସତ୍ତ୍ୱେ ବୈଠକରେ ଅନୁପସ୍ଥିତ ଥିବା ଅଭିଯୋଗରେ ବିଜୁ
ଜନତା ଦଳ (ବିଜେଡି) ଦୁଇ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ବିଜେଡି ମୁଖ୍ୟ
ସଚେତକପ୍ରମିଳା ମଲ୍ଲିକଙ୍କ ପକ୍ଷରୁ ଏହି ସୋ–କଜ୍
ନୋଟିସ୍ ଜାରି କରାଯାଇଛି।
ନୋଟିସ୍ ପାଇଥିବା ବିଧାୟକମାନେ ହେଲେ ଚକ୍ରମଣି କହଁକ ଓନବ କିଶୋର ମଲ୍ଲିକ । ଦଳୀୟ ସୂଚନା ଅନୁସାରେ,
ଦଳର ହ୍ୱିପ୍ ଜାରି ହେବା ସତ୍ତ୍ୱେ ସେମାନେ ଗତ ତିନି ଦିନ ଧରି ଆୟୋଜିତ ଦଳୀୟ ବୈଠକରେ
ଅନୁପସ୍ଥିତ ରହିଥିଲେ।
ଏହି ପରିପ୍ରେକ୍ଷୀରେ ଦୁଇ ବିଧାୟକଙ୍କୁ ଆଜି ରାତି ୯ଟା ମଧ୍ୟରେ ନବୀନ
ନିବାସରେ ଉପସ୍ଥିତ ହୋଇ ନିଜ ଅନୁପସ୍ଥିତି ସମ୍ପର୍କରେ ସପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ
ଦିଆଯାଇଛି।ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦଳୀୟ ଶୃଙ୍ଖଳା ରକ୍ଷା ପାଇଁ ବିଜେଡି ପକ୍ଷରୁ ଏହି
ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ