
ମାଲକାନଗିରି , ୧୫ ମାର୍ଚ୍ଚ (ହି.ସ.) - ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକର ପ୍ରସିଦ୍ଧ ବଡ଼ ଯାତ୍ରା ଚଳିତ ବର୍ଷ ଆରମ୍ଭ ହୋଇ ୭ଦିନ ପର୍ଯ୍ୟନ୍ତ ପାଳନ କରାଯିବ । ଏହି ଅବସରରେ ପଡ଼ିଆ ବ୍ଲକର ଏଭର୍ ଗ୍ରୀନ ଫ୍ରେଣ୍ଡ୍ ଗ୍ରୁପ୍ ପଡିଆ ତରଫରୁ ଜନସାଧାରଣ ମାନଙ୍କ ପାଇଁ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ସହ ଗ୍ଲୁକୋଜ ମିଶ୍ରିତ ଜଳ ମଧ୍ୟ ୭ ଦିନ ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇଛି । ଏହି ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରେ ପଡ଼ିଆ ଥାନା ଅଧିକାରୀ ସନ୍ତୋଷ ମାଝୀ, ଏ ଏସ୍ ଆଇ ନିରୋଦ ବାଘ ଓ କେଶବ ଭତ୍ରା ଉପସ୍ଥିତ ରହି ଏହାର ଉଦଘାଟନ କରିଥିଲେ। ଏହି ଅବସରରେ ପଡ଼ିଆ ଆଂଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରେମାନନ୍ଦ ମହାପାତ୍ର, ଏନ୍ ସନ୍ୟାସୀ ରାଓ, କୋରାପୁ ସତ୍ୟନାରାୟଣ ଏବଂ ସ୍ଥାନୀୟ ବାସିନ୍ଦା ଓ ବହୁ ବୃଦ୍ଧି ଜୀବି ଉପସ୍ଥିତ ଥିଲେ । ବର୍ତମାନ ପ୍ରଚଣ୍ଡ ଖରା ତାପକୁ ଦୃଷ୍ଟିରେ ରଖି ଏହି ପରି ବ୍ୟବସ୍ଥା କରାଯାଇଛି ବୋଲି ଏଭର୍ ଗ୍ରିନ୍ ଫ୍ରେଣ୍ଡ୍ ଗ୍ରୁପ୍ ତରଫରୁ କୁହାଯାଇଛି । ଜଳ ହଁ ଜୀବନ ' ଏହି ବାର୍ତା ନେଇ ଏହି ଗ୍ରୁପ ତରଫରୁ ଜନସାଧାରଣଙ୍କ ପାଇଁ ଜଳ ଦାନ ସ୍ଥାନୀୟ ବାସିନ୍ଦା ଓ ବୃଦ୍ଧି ଜୀବି ମାନେ ପ୍ରଶଂସା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ