ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ଦୁର୍ବଳ କରୁଛି ଡ୍ରେନେଜ ବିଭାଗ
ଭଦ୍ରକ, ୧୫ ମାର୍ଚ୍ଚ (ହି.ସ.) - ନୂତନ ଭାବେ ମାତ୍ର ବର୍ଷେ ତଳେ ନିର୍ମାଣ କରାଯାଇଥିବା ରାସ୍ତା ର ଅତୀବ ପାର୍ଶରେ ଡ୍ରେନେଜ ବିଭାଗ ନାଳ ଖୋଳି ଦୁଇ ମାସ ହେବ ପକାଇ ରଖିଥିବା ଯୋଗୁ ଗାଇ ଗୋରୁ ଙ୍କ ପାଇଁ ନାଳ ବିପଦପୂର୍ଣ୍ଣ ହୋଇଥିବା ବେଳେ ରାସ୍ତା ଦୁର୍ବଳ ହେଉଅଛି। ଏ ନେଇ ଆଖୁଆପଦା ଡ୍ରେନେଜ ଓ ଭଣ୍ଡାରି
GRAMYA UNAYANA RASTA - DRAINAGE BIBHAGA


ଭଦ୍ରକ, ୧୫ ମାର୍ଚ୍ଚ (ହି.ସ.) - ନୂତନ ଭାବେ ମାତ୍ର ବର୍ଷେ ତଳେ ନିର୍ମାଣ କରାଯାଇଥିବା ରାସ୍ତା ର ଅତୀବ ପାର୍ଶରେ ଡ୍ରେନେଜ ବିଭାଗ ନାଳ ଖୋଳି ଦୁଇ ମାସ ହେବ ପକାଇ ରଖିଥିବା ଯୋଗୁ ଗାଇ ଗୋରୁ ଙ୍କ ପାଇଁ ନାଳ ବିପଦପୂର୍ଣ୍ଣ ହୋଇଥିବା ବେଳେ ରାସ୍ତା ଦୁର୍ବଳ ହେଉଅଛି। ଏ ନେଇ ଆଖୁଆପଦା ଡ୍ରେନେଜ ଓ ଭଣ୍ଡାରିପୋଖରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଚେଇ ଶୋଇ ରହିଛନ୍ତି। ଡ୍ରେନେଜ୍ ବିଭାଗ ତରଫରୁ ଭଣ୍ଡାରିପୋଖରୀ ପାଟୁଳି ଗ୍ରାମ୍ୟ ଉନ୍ନୟନ ରାସ୍ତାର ଆରମ୍ଭ ସ୍ଥଳ ଭଣ୍ଡାରିପୋଖରୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ୧୬୦ମିଟର ଦୈର୍ଘ୍ୟର ପକ୍କା ନାଳ ତିଆରି କରୁଛି। ଏହା ଉପରେ ମେଡ଼ିକାଲ ତରଫରୁ ଗାଡି ଷ୍ଟାଣ୍ଡ ନିର୍ମାଣର ଯୋଜନା ରହିଅଛି। କାମ ନେଇ ଥିବା ଠିକା ସଂସ୍ଥା କାମ କରିସାରିଥିବା ଅଂଶ ରେ ମାଟି ଫିଲିଂ ନକରି ପକାଇ ରଖି ଥିବା ବେଳେ ତ୍ରୁଟି ପୂର୍ଣ୍ଣ ଭାବେ ଅଧିକ ୫୦/୬୦ ମିଟର ନାଲ ଖୋଳି ଦେଇଥିବା ସ୍ଥଳେ ଏହାକୁ ପୋତୁ ନାହିଁ। ମନୋହରପୁର ଗ୍ରାମବାସୀ ଏନେଇ ଅସନ୍ତୋଷ ଜାହିର କରି ଗ୍ରାମ୍ୟ ଉନ୍ୟୟ ନ ବିଭାଗ ଯନ୍ତ୍ରୀ ମୃତ୍ୟୁଞ୍ଜୟ ମହାପାତ୍ର ଙ୍କୁ ଡ୍ରେ ନେଜ ବିଭାଗ ବିରୁଧ୍ୟ ରେ ପଦକ୍ଷେପ ନେବାକୁ ଜଣାଇ ଛନ୍ତି। ଡ୍ରେନେଜ ବିଭାଗ କନିଷ୍ଟ ଯନ୍ତ୍ରୀ ସୁଜିତ୍ ନାୟକ ଖୁବ୍ ଶୀଘ୍ର ନାଳ ପୋତା ଯିବ ବୋଲି ମତ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande