ଅବୈଧ ଗ୍ୟାସ ସିଲିଣ୍ଡର ଯୋଗାଣ ମାମଲାରେ ଗ୍ୟାସ ଏଜେନ୍ସି ମ୍ୟାନେଜର ଗିରଫ
ସମ୍ବଲପୁର,୧୫ ମାର୍ଚ୍ଚ(ହି.ସ.) – ଅବୈଧ ଭାବେ ଜାଳେଣୀ ଗ୍ୟାସ ସିଲିଣ୍ଡର ଯୋଗାଣ ମାମଲାରେ ବୁର୍ଲା ପୋଲିସ ଜଣେ ଗ୍ୟାସ ଏଜେନ୍ସି ମ୍ୟାନେଜରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ବରଗଡ଼ ଜିଲ୍ଲା ବିଜେପୁର ଥାନା ଗରମୁଣ୍ଡା ଗ୍ରାମର ୩୦ ବର୍ଷିୟ ଦିଲିପ ପାଧାନ ବୋଲି ଜଣାପଡିଛି। ପୁଲିସ
ଅବୈଧ ଗ୍ୟାସ ସିଲିଣ୍ଡର ଯୋଗାଣ ମାମଲାରେ ଗ୍ୟାସ ଏଜେନ୍ସି ମ୍ୟାନେଜର ଗିରଫ


ଅବୈଧ ଗ୍ୟାସ ସିଲିଣ୍ଡର ଯୋଗାଣ ମାମଲାରେ ଗ୍ୟାସ ଏଜେନ୍ସି ମ୍ୟାନେଜର ଗିରଫ


ସମ୍ବଲପୁର,୧୫ ମାର୍ଚ୍ଚ(ହି.ସ.) – ଅବୈଧ ଭାବେ ଜାଳେଣୀ ଗ୍ୟାସ ସିଲିଣ୍ଡର ଯୋଗାଣ ମାମଲାରେ ବୁର୍ଲା ପୋଲିସ ଜଣେ ଗ୍ୟାସ ଏଜେନ୍ସି ମ୍ୟାନେଜରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ବରଗଡ଼ ଜିଲ୍ଲା ବିଜେପୁର ଥାନା ଗରମୁଣ୍ଡା ଗ୍ରାମର ୩୦ ବର୍ଷିୟ ଦିଲିପ ପାଧାନ ବୋଲି ଜଣାପଡିଛି।

ପୁଲିସ ସୂଚନା ଅନୁସାରେ ବୁର୍ଲା ଥାନାରେ ଆଜି ହୋଇଥିବା ୧୨୬/ ୨୬, ମାମଲା ଅନୁଯାୟୀ ଗତ ମାର୍ଚ୍ଚ ୧୨ ତାରିଖ ସକାଳେ ବୁର୍ଲା ଥାନାର ଏଏସଆଇ ଚକାମନ ରାଣା ଓ ପୋଲିସ ଟିମ୍ ପେଟ୍ରୋଲିଂ କରୁଥିବାବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରୋଡ୍ର ମେଟାକାନି ଢାବା ନିକଟରେ ଏକ ବୋଲେରୋ ପିକଅପ୍ ଭ୍ୟାନ୍ ଓଲଟି ପଡିଥିବା ସୂଚନା ପାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଂଚି ଯାଂଚ କରିବାରେ ଦୁର୍ଘଟଣା ଗ୍ରସ୍ତ ଗାଡ଼ିରେ ୬ଟି ଭାରତ ଗ୍ୟାସ ସିଲିଣ୍ଡର ଥିବା ଦେଖିଥିଲେ।

ଏହା ପରେ ପୁଲିସ ଗାଡ଼ି ସହିତ ସମସ୍ତ ଗ୍ୟାସ ସିଲିଣ୍ଡର ଜବତ କରି ମନ୍ଥନ ପ୍ରସାଦ ମହାତୋଙ୍କୁ ଗିରଫ କରିଥିଲା। ପରବର୍ତୀ ତଦନ୍ତରେ ଜଣାପଡ଼ିଥିଲା ଯେ ଏହି ସିଲିଣ୍ଡରଗୁଡ଼ିକ ବିଜେପୁରର ପ୍ରତୀକ ଗ୍ୟାସ ଏଜେନ୍ସୀରୁ ଆଣାଯାଉଥିଲା। ତଦନ୍ତରେ ଏଜେନ୍ସୀର ମ୍ୟାନେଜର ଦିଲିପ ପ୍ରଧାନ ଅନୁମତି ବିନା ମନ୍ଥନ ପ୍ରସାଦ ମହାତୋଙ୍କୁ ଗ୍ୟାସ ସିଲିଣ୍ଡର ଯୋଗାଇଥିବା ପ୍ରମାଣ ମିଳିଥିବାରୁ ପୁଲିସ ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande