

ବଲାଙ୍ଗୀର,୧୫ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଦ ଦେଶରେ ଆସନ୍ତା ଏପ୍ରିଲ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ବନଦୁର୍ଗା ମହୋତ୍ସବ ଅନୁଷ୍ଠିତ ହେବ। ଗତକାଲି ପ୍ରାକ୍ତନ ପାଟଣା ରାଜ୍ୟର ଅଧିଷ୍ଟାତ୍ରୀ ଦେବୀ ମା’ ପାଟଣେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା କରି ଦେବ ନିମନ୍ତ୍ରଣ କରାଯାଇଥିଲା ଏବଂ ଅଂଚଳର ସମସ୍ତ ଦେବାଦେବୀ ଓ ଗ୍ରାମ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଯିବ। ଏହି ମହୋତ୍ସବ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ୱାରା ବିସ୍ତାପିତ ଅବା କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କ ଏକତା, ଉନ୍ନତି ଏବଂ ସାମଗ୍ରିକ ବିକାଶ ନିମନ୍ତେ ପଥ ପ୍ରଦର୍ଶକ ହୋଇଥାଏ। କଳା ସଂସ୍କୃତିର ପୁନରୁଦ୍ଧାର ନିମନ୍ତେ ଏକ ଉକୃଷ୍ଟ ମଂଚ ହୋଇଥାଏ ଯଦ୍ୱାରା ଅନେକ କଳାକାର, କଳାପ୍ରେମୀ ତାଙ୍କ କଳାକୁ ପ୍ରଦର୍ଶନ କରି ପୁଣି ଏକତାର ବର୍ତା ଦେଇଥାନ୍ତି। ଏହି ମହୋତ୍ସବରେ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଗଣ ଯୋଗ ଦେଉଥିବା ଆୟୋଜକ ସୂତ୍ରରୁ ପ୍ରକାଶ। ସ୍ଥାନୀୟ ଲୋକନୃତ୍ୟ, ଲୋକ ଗୀତ, ଲୋକନାଟକ ତଥା ଜିଲ୍ଲା ବାହାରର କଳାକାର, କଂସ ଦରବାରରେ କଂସ ଭୁମିକାରେ ଅନିଲ କୁମାର ନାଏକ, ମୀନା ବଜାର ଓ ମୁଖ୍ୟତଃ ମା’ ବନଦୁର୍ଗାଙ୍କ ପୂଜନୋତ୍ସବ ମହାସମାରୋହରେ ପାଳିତ ହେବା ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଭାପତି ସଂଜୟ ଗଡ଼ତ୍ୟା, ସଂପାଦକ ଜୟକୃଷ୍ଣ ମିଶ୍ର, ଉପସଭାପତି କୈଳାସ ସିଂଦେଓ, ସହ-ସଂପାଦକ ବିକାଶ ରଂଜନ ରଥ, ନରେନ୍ଦ୍ର ବିଶି, ଭରତ ସାହୁ, ଅଜୟ ଗଡ଼ତ୍ୟା, ଗିରିଧାରି ପୁଟା, ପ୍ରମୋଦ ପଟେଲ, ସ୍ୱେଚ୍ଛାସେବୀ ଗଗନ ନାଥ ପ୍ରମୁଖ ଆୟୋଜନରେ ନେତୃତ୍ୱ ନେଉଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ