କଳାହାଣ୍ଡିରେ ୧୧ ମାଓବାଦୀ କଲେ ଆତ୍ମସମର୍ପଣ
ଭୁବନେଶ୍ୱର, 15 ମାର୍ଚ୍ଚ (ହି.ସ.) କଳାହାଣ୍ଡି ଜିଲ୍ଲାରେ ମାଓବାଦୀ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ରବିବାର ଭବାନୀପାଟଣା ସ୍ଥିତ ରିଜର୍ଭ ପୋଲିସ ପଡିଆରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ୧୧ ଜଣ ମାଓବାଦୀ ଓଡ଼ିଶା ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ସମ୍ମୁଖରେ ଆତ୍ମସମ
କଳାହାଣ୍ଡିରେ ୧୧ ମାଓବାଦୀ କଲେ ଆତ୍ମସମର୍ପଣ


ଭୁବନେଶ୍ୱର, 15 ମାର୍ଚ୍ଚ (ହି.ସ.) କଳାହାଣ୍ଡି ଜିଲ୍ଲାରେ ମାଓବାଦୀ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ରବିବାର ଭବାନୀପାଟଣା ସ୍ଥିତ ରିଜର୍ଭ ପୋଲିସ ପଡିଆରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ୧୧ ଜଣ ମାଓବାଦୀ ଓଡ଼ିଶା ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି।

ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ବଂଶଧାରା–ଘୁମୁସର–ନାଗାବଳୀ ମାଓ ଡିଭିଜନ ସହ ସଂପୃକ୍ତ ଥିଲେ। ଦୀର୍ଘଦିନ ଧରି ମାଓ ସଂଗଠନ ସହ ଜଡିତ ଥିବା ଏହି ମାଓବାଦୀମାନେ ଶେଷରେ ହିଂସାର ପଥ ଛାଡ଼ି ସମାଜର ମୁଖ୍ୟ ସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ପୋଲିସର ଲଗାତାର କମ୍ବିଂ ଅପରେସନ ଏବଂ ସରକାରଙ୍କ ସରେଣ୍ଡର ଓ ପୁନର୍ବାସ ନୀତିର ପ୍ରଭାବରେ ସେମାନେ ଆତ୍ମସମର୍ପଣ କରିଥିବା କୁହାଯାଇଛି।

ଏହି ଘଟଣା ସହ ବଂଶଧାରା–ଘୁମୁସର–ନାଗାବଳୀ ମାଓ ଡିଭିଜନର ପ୍ରଭାବ ଶେଷ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ଆର୍ଥିକ ସହାୟତା, ପ୍ରଶିକ୍ଷଣ ଓ ପୁନର୍ବାସ ସୁବିଧା ପ୍ରଦାନ କରାଯିବ।

ଏହି କାର୍ଯ୍ୟକ୍ରମରେ ଏଡିଜି (ଆଣ୍ଟି ନକ୍ସଲ ଅପରେସନ) ସଂଜୀବ ପଂଡା , ଗୁଇନ୍ଦା ବିଭାଗ ଆଇଜି ଅଖିଲେଶ୍ୱର ସିଂହ ସହ କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାର ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande