
କେନ୍ଦ୍ରାପଡ଼ା,୧୫ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୃଷକ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନଶନ ଦାବି ସହିତ ଓଡ଼ିଶାର ଖଣି, ଜମି, ଜଳ, ଜଙ୍ଗଲ ଓ ପରିବେଶ ଉପରେ ମୂଳ ଅଧିବାସୀର ଅଧିକାରକୁ ନେଇ କୃଷକ ଏକତା ଗଣ ପଦଯାତ୍ରା ଓ ସତ୍ୟାଗ୍ରହ ଘଟଗାଁ ତାରିଣୀ ପୀଠ କେନ୍ଦୁଝରରୁ ବାହାରି ମାର୍ଚ୍ଚ ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ରହିବା ସତ୍ୟାଗ୍ରହରେ ସାମଲ ହେବାପାଇଁ ଅହ୍ୱାନ ଦେଇଛନ୍ତି। ଏହି ସମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଂଯୋଜକ ଅଙ୍କୁର ପଲାଇ, ସହ ସଂଯୋଜକ ଦୋଳ ଗୋବିନ୍ଦ ସାହୁ, ଉପଦେଷ୍ଟା ଦାଶରଥୀ ସାହୁ, ସମାଜସେବୀ କେଦାରନାଥ ସାମନ୍ତରାୟ, ଶିଶିର ଓଝା, ଅନ୍ତର୍ଯ୍ୟାମୀ କୁଣ୍ଡୁ, ପବିତ୍ର କୁଣ୍ଡୁ, ହୃଷିକେଶ ନାୟକ, ସୀତାକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି