
ଭୁବନ, ୧୫ ମାର୍ଚ୍ଚ(ହି.ସ.) - ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ,ଢ଼େଙ୍କାନାଳ ଜିଲ୍ଲା ଶାଖା ଗଠିତ ହୋଇ ଯାଇଛି । ନିର୍ବାଚନ ଅଧିକାରୀ ସୁବାସ କୁମାର ଗୁପ୍ତା ଙ୍କ ସୂଚନା ଅନୁଯାୟୀ ଜିଲ୍ଲା ସଭାପତି ଭାବେ ବିଭୁ ପ୍ରସାଦ ଶତପଥୀ ଓ ରାଜ୍ୟ ପରିଷଦ ସଭ୍ୟ ଭାବେ ସୁଶାନ୍ତ କୁମାର ପୋଥାଳ ଏବଂ ସରୋଜ କୁମାର ମହାଳିକ ( ଉପ ସଭାପତି), ମାତାଜୀ ସାହୁ ( ସମ୍ପାଦକ),ତାପସ ଦାସ ( ଯୁଗ୍ମ ସମ୍ପାଦକ) ଏବଂ ଦୁଷ୍ମନ୍ତ ମହାପାତ୍ର,ମନୋଜ କୁମାର ପୋଥାଳ ଙ୍କୁ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଡିଜିଟାଲ ମିଡିଆ ସାମ୍ବାଦିକଙ୍କୁ ଏକତ୍ର କରି ସଂଗଠନକୁ ମଜଭୁତ କରାଯିବା ସହିତ ଏହି ସଂଘ ସାମ୍ବାଦିକ ମାନଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବ ବୋଲି ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ