ସିରିଡି ସାଇଙ୍କ ଚରଣ ପାଦୁକା ଯାତ୍ରା ନେଇ କେନ୍ଦୁଝର ସାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତି ବୈଠକ
କେନ୍ଦୁଝର, ୧୫ ମାର୍ଚ୍ଚ (ହି.ସ.)- କେନ୍ଦୁଝର ସହରର ବାଆଁପାର ସ୍ଥିତ ସିରିଡି ସାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସିରିଡି ସାଇଙ୍କ ଆସନ୍ତା ୧୬ ଓ ୧୭ ତାରିଖରେ ଏକ ଚରଣପାଦୁକା ଯାତ୍ରା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ମହାରାଷ୍ଟ୍ର ର ସିରିଡି ରୁ ସିରିଡି ସାଇ ଙ୍କ ଚରଣପାଦୁକା ଆସୁଥିବା ବେଳେ ସହର ର
ସିରିଡି ସାଇଙ୍କ ଚରଣ ପାଦୁକା ଯାତ୍ରା ନେଇ କେନ୍ଦୁଝର ସାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତି ବୈଠକ


କେନ୍ଦୁଝର, ୧୫ ମାର୍ଚ୍ଚ (ହି.ସ.)- କେନ୍ଦୁଝର ସହରର ବାଆଁପାର ସ୍ଥିତ ସିରିଡି ସାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସିରିଡି ସାଇଙ୍କ ଆସନ୍ତା ୧୬ ଓ ୧୭ ତାରିଖରେ ଏକ ଚରଣପାଦୁକା ଯାତ୍ରା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ମହାରାଷ୍ଟ୍ର ର ସିରିଡି ରୁ ସିରିଡି ସାଇ ଙ୍କ ଚରଣପାଦୁକା ଆସୁଥିବା ବେଳେ ସହର ର ମଣ୍ଡୁଆ ନିକଟରୁ ବାବାଙ୍କର ଚରଣପାଦୁକା ଯାତ୍ରାକୁ କେନ୍ଦୁଝରର ସିରିଡି ସାଇ ମନ୍ଦିର ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ବାଆଁପାର ସ୍ଥିତ ସିରିଡି ସାଇ ମନ୍ଦିରକୁ ଅଣାଯିବା ନେଇ ମନ୍ଦିରର ସଦସ୍ୟ ମାନେ ପ୍ରକାଶ କରିଛନ୍ତି। ସୁଦୂର ମହାରାଷ୍ଟ୍ର ସିରିଡିରୁ ସାଇବାବାଙ୍କର ମନ୍ଦିର ଟ୍ରଷ୍ଟ ର ୨୦ ପୂଜକ, ମନ୍ଦିରର ଚେୟାରମ୍ୟାନ, ଗୁରୁଜୀ ଚଦ୍ରଭାନୁ ଶତପଥୀଙ୍କ ସହିତ ମନ୍ଦିରର ୨୦ ରୁ ୨୫ ଜଣ ସଦସ୍ୟ ଆସୁଥିବା ବେଳେ ସେମାନଙ୍କୁ ନେଇ ବାବାଙ୍କର ଚରଣ ପାଦୁକା କାର୍ଯ୍ୟକ୍ରମ ହେବ। ବାଆଁପାର ସ୍ଥିତ ସିରିଡି ସାଇ ମନ୍ଦିରରେ ପହଂଚିବା ପରେ ଏକ ଆରତୀ ହେବ, ସମସ୍ତ ଭକ୍ତ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ବେଳେ ସିରିଡି ସାଇ ମନ୍ଦିର ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ କରିବା ସହିତ ସଂଧ୍ୟାରେ କେନ୍ଦୁଝର ସାଇ ମନ୍ଦିର ପକ୍ଷରୁ ଭଜନ ସନ୍ଧ୍ୟାର କାର୍ଯ୍ୟକ୍ରମ ରଖାଯାଇଛି। ଯେଉଁ ଭକ୍ତ ମାନେ ମହାରାଷ୍ଟ୍ର ର ସିରିଡିକୁ ଯାଇ ନପାରି ବାବାଙ୍କୁ ଦର୍ଶନ କରିପାରୁନାହାନ୍ତି, ସେମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାବାଙ୍କର ଚରଣ ପାଦୁକା ଦର୍ଶନ କରିପାରିବେ। କାର୍ଯ୍ୟକ୍ରମ ଶେଷରେ ସମସ୍ତ ଭକ୍ତଙ୍କୁ ବାବାଙ୍କର ପ୍ରସାଦ ବଣ୍ଟନ କରାଯିବା ନେଇ ମନ୍ଦିର ପକ୍ଷରୁ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande