ଜବରଦଖଲରେ ସରକାରୀ ଜମି : ପ୍ରଶାସନର ଦ୍ୱାରସ୍ଥ ହେଲେ ସ୍ଥାନୀୟ ବାସିନ୍ଦା
ସମ୍ବଲପୁର,୧୫ ମାର୍ଚ୍ଚ(ହି.ସ.) – ସମ୍ବଲପୁର ମହାନଗର ଅନ୍ତର୍ଗତ ଦୁର୍ଗାପାଲି ଖଡିଆପଡାରେ ଥିବା ସରକାରୀ ଜମି ଜବରଦଖଲ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ପଡା ବାସିନ୍ଦା ସମ୍ବଲପୁର ତହସିଲଦାରଙ୍କ ସମେତ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ପଡାବାସୀ କରିଥିବା ଅଭିଯୋଗରେ ଦର୍
ଜବରଦଖଲରେ ସରକାରୀ ଜମି : ପ୍ରଶାସନର ଦ୍ୱାରସ୍ଥ ହେଲେ ସ୍ଥାନୀୟ ବାସିନ୍ଦା


ସମ୍ବଲପୁର,୧୫ ମାର୍ଚ୍ଚ(ହି.ସ.) – ସମ୍ବଲପୁର ମହାନଗର ଅନ୍ତର୍ଗତ ଦୁର୍ଗାପାଲି ଖଡିଆପଡାରେ ଥିବା ସରକାରୀ ଜମି ଜବରଦଖଲ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ପଡା ବାସିନ୍ଦା ସମ୍ବଲପୁର ତହସିଲଦାରଙ୍କ ସମେତ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ପଡାବାସୀ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ସମ୍ବଲପୁର ତହସିଲ ଅନ୍ତର୍ଗତ ୟୁନିଟ ନମ୍ବର ୧୦ ଦୁର୍ଗାପାଲିରେ ପ୍ଲଟ ନମ୍ବର ୧୦୯୯ରେ ୪ ଡେସିମିଲ ସରକାରୀ ଜମି ରହିଛି। ଏହି ଜମିରେ ସ୍ଥାନୀୟ ଖଡିଆପଡା ଅଂଚଳର ବାସିନ୍ଦା ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ସାମୁହିକ ଭୋଜି ଆଦି ଆୟୋଜନ କରି ଆସୁଛନ୍ତି। ଗତ କିଛି ମାସ ତଳେ ଜଣେ ଜମି ମାଫିଆ ଏହାକୁ ଲାଗି ରହିଥିବା ଜମି କ୍ରୟ କରିବା ସହ ସରକାରୀ ଜମିଟିକୁ ହଡପ କରିବାକୁ ଉଦ୍ୟମ କରି ଆସୁଛି। ଏହାକୁ ନେଇ କିଛି ମାସ ଧରି ସ୍ଥାନୀୟ ଲୋକଙ୍କ ସହ ତଥାକଥିତ ଜମି ମାଫିଆ ସହ ମୁହାଁମୁହିଁ ହେବା ଏପରିକି ବିଭିନ୍ନ ସମୟରେ ଏକ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇ ଏକ ଅଶାନ୍ତକର ବାତାବରଣ ସୃଷ୍ଟି ହୋଇଆସୁଛି। ତେଣୁ ସ୍ଥାନୀୟ ଆଦିବାସୀ ଲୋକେ ଏହି ଅଂଚଳରେ ପୂର୍ବ ଭଳି ଶାନ୍ତି ପରିବେଶ ବଜାୟ ରଖିବା ପାଇଁ ସରକାରୀ ଜମି ଜବରଦଖଲ ଅଭିସନ୍ଧି ସମ୍ପର୍କରେ ସମ୍ବଲପୁର ତହସିଲଦାର ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏକ ଦାବିପତ୍ର ପ୍ରଦାନ କରିବା ସହ ଉକ୍ତ ଜମି ଚିହ୍ନଟ କରିବାକୁ ଅନୁରୋଧ କରିଛନ୍ତି। ଏଥିସହ ସ୍ଥାନୀୟ ଲୋକେ ଯେମିତି ପୂର୍ବଭଳି ସାମୁହିକ କାର୍ଯ୍ୟ ବିନା ସମସ୍ୟାରେ କରିପାରିବେ ସେନେଇ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଦାବି କରିଛନ୍ତି। ଏଭଳି ଅଭିଯୋଗ ପାଇବା ପରେ ସମ୍ବଲପୁର ତହସିଲଦାରଙ୍କ ତରଫରୁ ନିଶ୍ଚିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାର ପ୍ରତିଶ୍ରୁତି ମିଳିଥିବା ଅଭିଯୋଗକାରୀ ଲୋକେ କହିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande