ରାଜ୍ୟସଭା ନିର୍ବାଚନକୁ ନେଇ ସୁଜିତ୍ କୁମାରଙ୍କ ପ୍ରତିକ୍ରିୟା: “କାଲି ପାଇଁ ଅପେକ୍ଷା କରନ୍ତୁ”
ଭୁବନେଶ୍ୱର ଭୁବନେଶ୍ୱର, ୧୫ ମାର୍ଚ୍ଚ (ହି.ସ.):ରାଜ୍ୟସଭା ନିର୍ବାଚନ ସନ୍ଦର୍ଭରେ ପ୍ରତିକ୍ରିୟା ଦେଇ ପ୍ରାର୍ଥୀ ସୁଜିତ୍‌ କୁମାର କହିଛନ୍ତି ଯେ ସମସ୍ତ ପ୍ରସ୍ତୁତି ଓ ଅଙ୍କଗଣନା ସମ୍ପୂର୍ଣ୍ଣ ହୋଇଛି ଏବଂ “କାଲି ପାଇଁ ଅପେକ୍ଷା କରନ୍ତୁ” ବୋଲି ସେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ କହିଛନ୍ତି । ସେ
ରାଜ୍ୟସଭା ନିର୍ବାଚନକୁ ନେଇ ସୁଜିତ୍ କୁମାରଙ୍କ ପ୍ରତିକ୍ରିୟା: “କାଲି ପାଇଁ ଅପେକ୍ଷା କରନ୍ତୁ”


ଭୁବନେଶ୍ୱର ଭୁବନେଶ୍ୱର, ୧୫ ମାର୍ଚ୍ଚ (ହି.ସ.):ରାଜ୍ୟସଭା ନିର୍ବାଚନ ସନ୍ଦର୍ଭରେ ପ୍ରତିକ୍ରିୟା ଦେଇ ପ୍ରାର୍ଥୀ ସୁଜିତ୍‌ କୁମାର କହିଛନ୍ତି ଯେ ସମସ୍ତ ପ୍ରସ୍ତୁତି ଓ ଅଙ୍କଗଣନା ସମ୍ପୂର୍ଣ୍ଣ ହୋଇଛି ଏବଂ “କାଲି ପାଇଁ ଅପେକ୍ଷା କରନ୍ତୁ” ବୋଲି ସେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ କହିଛନ୍ତି ।

ସେ କହିଛନ୍ତି ଯେ ନିଜ ନିଜ କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟକଳାପ ଉପରେ ଆଲୋଚନା ହୋଇଛି। ରାଜ୍ୟ ସଭାପତି ପୂର୍ବରୁ ଘୋଷଣା କରିଥିବା ଅନୁସାରେ ତିନୋଟି ପ୍ରାର୍ଥୀ ବିଜୟ ଲାଭ କରିବେ ବୋଲି ଆଶା ପ୍ରକାଶ କରାଯାଇଛି।

ସେ କହିଛନ୍ତି ଯେ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ମୁଁ ଧନ୍ୟବାଦ ଦେଉଛି । ମୋ ଉପରେ ଆଶା ଓ ବିଶ୍ୱାସ ରଖି ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ସେଥିପାଇଁ କୋଟି କୋଟି ଧନ୍ୟବାଦ ଦେବି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande