ଜୟପୁରରେ ଉଗାଦି ପାଳନ ପାଇଁ ପ୍ରସ୍ତୁତି
ଜୟପୁର, ୧୫ ମାର୍ଚ୍ଚ (ହି.ସ.)- ତେଲୁଗୁ ସାଂସ୍କୃତିକ ସମିତି ଜୟପୁରଙ୍କ ପକ୍ଷରୁ ଉଗାଦି ପାଳନ ଅବସରରେ ସ୍ଥାନୀୟ ସିଟି ଉଚ୍ଚ ବିଦ୍ୟାଳୟ ପରିସରରେ ନୃତ୍ୟ ଅଡିଶନ୍ ଓ ରଙ୍ଗୋଲି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସମିତିର ଅଧ୍ୟକ୍ଷ ବିରେଶ ପଟ୍ଟନାୟକ କହିଥିଲେ ଯେ, ସହରର ବିଭିନ୍ନ ନୃତ୍ୟ ଏକାଡେମୀରୁ ଆସିଥି
ଜୟପୁରରେ ଉଗାଦି  ପାଳନ ପାଇଁ ପ୍ରସ୍ତୁତି


ଜୟପୁର, ୧୫ ମାର୍ଚ୍ଚ (ହି.ସ.)- ତେଲୁଗୁ ସାଂସ୍କୃତିକ ସମିତି ଜୟପୁରଙ୍କ ପକ୍ଷରୁ ଉଗାଦି ପାଳନ ଅବସରରେ ସ୍ଥାନୀୟ ସିଟି ଉଚ୍ଚ ବିଦ୍ୟାଳୟ ପରିସରରେ ନୃତ୍ୟ ଅଡିଶନ୍ ଓ ରଙ୍ଗୋଲି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସମିତିର ଅଧ୍ୟକ୍ଷ ବିରେଶ ପଟ୍ଟନାୟକ କହିଥିଲେ ଯେ, ସହରର ବିଭିନ୍ନ ନୃତ୍ୟ ଏକାଡେମୀରୁ ଆସିଥିବା ଅଂଶଗ୍ରାହୀମାନଙ୍କ ମଧ୍ୟରୁ ତେଲୁଗୁ ସଙ୍ଗୀତ ଉପରେ ଆଧାରିତ ଏକକ, ଯୁଗଳ ଓ ଦଳଗତ ନୃତ୍ୟ ବିଭାଗରେ ସର୍ବୋତ୍କୃଷ୍ଟ ତିନୋଟି କରି ଦଳ ଚୟନ କରାଯାଇଛି। ଏହି ଦଳଗୁଡ଼ିକ ୧୯ ମାର୍ଚ୍ଚରେ ଆୟୋଜିତ ହେବାକୁଥିବା ଉଗାଦି ଉତ୍ସବରେ ନିଜର କଳା ପ୍ରଦର୍ଶନ କରିବେ। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କରପ୍ରାପ୍ତ ବିଜେତା ମାନଙ୍କୁ ଆର୍ଥିକ ପୁରସ୍କାର ଜିଲ୍ଲାପାଳଙ୍କ ଦ୍ଵାରା ପ୍ରଦାନ କରାଯିବ।

ରଙ୍ଗୋଲି ପ୍ରତିଯୋଗିତାରେ ମୋଟ ୧୫ ଜଣ ଅଂଶଗ୍ରହଣକାରୀ ଯୋଗଦେଇଥିଲେ। ଏଥିରେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର କ୍ରମଶଃ ତୁଳସୀ ନାୟକ ଓ ପି. ଉମାଙ୍କୁ ଦିଆଯାଇଥିଲା। ସେମାନଙ୍କୁ କ୍ରମଶଃ ୭୫୦ ଟଙ୍କା ଓ ୫୦୦ ଟଙ୍କା ନଗଦ ପୁରସ୍କାର, ଜୟପୁର ସିଟି ହାଇସ୍କୁଲର ସଭପତି ଶଶି ପଟ୍ଟନାୟକ, ସଭ୍ୟ ଏ. ଶ୍ରୀନିବାସ ରାଓ, ପି. ଶ୍ରୀନିବାସ ରାଜୁ, କେ. ରାମକୃଷ୍ଣ, ବି. ସତିଶ ସୁଧାକର ପଟ୍ଟନାୟକ, ପ୍ରତାପ ପଟ୍ଟନାୟକ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ। ପ୍ରଥମ ପୁରସ୍କାର ବିଜେତା କେ. ବସୁନ୍ଧରାଙ୍କୁ ଉଗାଦି ଅବସରରେ ମଞ୍ଚରେ ୧୦୦୦ ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯିବ।

ଶ୍ରୀ ପଟ୍ଟନାୟକ ଆହୁରି ସୂଚନା ଦେଇଥିଲେ ଯେ, କୋରାପୁଟ ଜିଲ୍ଲାପାଳ ଉଗାଦି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ସମ୍ମତି ଜଣାଇଛନ୍ତି। ଏହାସହ ମହେଶ୍ୱର ନାୟକ, ରେଜିଷ୍ଟ୍ରାର, ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ଜୟପୁର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ।

ମାର୍ଚ୍ଚ୧୯ ରେ ଜୁନିଅର ଓ ସିନିଅର ଶ୍ରେଣୀ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା, ତେଲୁଗୁ ପାରମ୍ପରିକ ପୋଷାକ ପ୍ରଦର୍ଶନୀ ଓ ରନ୍ଧଣ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ। ଏହା ସହ ମାର୍ଚ୍ଚ ୨୦ ତାରିଖରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ କରାଯିବ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋଫିସିଏନ୍ସି ପୁରସ୍କାର ଯଥା ଭାସ୍କର ସ୍ମୃତି ପୁରସ୍କାର, ମହେଶ ମେମୋରିଆଲ ପୁରସ୍କାର, ପୁଲିପାକା ସୂର୍ଯ୍ୟ ପ୍ରକାଶ ମେମୋରିଆଲ ପୁରସ୍କାର, ବାସବା ଲାଚାପୌଡୁ ମେମୋରିଆଲ ପୁରସ୍କାର ଓ ଷ୍ଟୁଡେଣ୍ଟ ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯିବ। ବାର୍ଷିକ ଉତ୍ସବରେ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଓ ଜୟପୁର ତହସିଲଦାର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande