
ଧର୍ମଶାଳା,୧୫ମାର୍ଚ୍ଚ(ହି.ସ.) - ସଂଖ୍ୟା ଲଘୁଭାଇମାନଙ୍କର ପବିତ୍ର ପର୍ବ ଇଦ୍ ପାଇଁ ଏବେ ଯାଜପୁର ଜିଲା ବ୍ରହ୍ମବରଦା ଅଂଚଳ ଚଳଚଂଚଳ ହୋଇ ଉଠିଛି । ଏହି ଅବସରରେ ବ୍ରହ୍ମବରଦା ପଂଚାୟତ ପକ୍ଷରୁ ଭାଇଚାରା ମଧ୍ୟରେ ଏକ ଇଫତାର ପାର୍ଟି ଆୟୋଜିତ ହୋଇଯାଇଛି । ବ୍ରହ୍ମବରଦା ପଂଚାୟତସ୍ଥ ମେୱା ସଭାଗୃହ ପରିସରରେ ଏହି ଇଫତାର ପାର୍ଟିରେ ବରୀ ବିଜେପି ନେତା ଉମେଶ ଜେନା,ବରିଷ୍ଠ ମୁରବୀ ବିପିନ ବିହାରୀ ଦେଓ,ଯୁବନେତା ରାକେଶ ଦେଓ,ପ୍ରଦିପ ଦାସ,ପୂର୍ବତନ ସରପଂଚ ବିଜୟ କୁମାର ଦାସ,ପୂର୍ବତନ ସମିତି ସଭ୍ୟ ଅଟଳ ବିହାରୀ ଦାସ,ଶରତ ଚନ୍ଦ୍ର ପାଣ୍ଡେ,ଚିତ ରଂଜନ ଦାସ,ଦୀନବନ୍ଧୁ ରାଉତ,ଅମୂଲ୍ୟ ରାଉତ,ପ୍ରଶାନ୍ତ ମୁଦୁଲୀ ଓ ପ୍ରଶାନ୍ତ ରାଉତ ପ୍ରମୁଖ ଯୋଗ ଦେଇ ସଂଖ୍ୟାଲଘୁ ଭାଇମାନଙ୍କୁ ପବିତ୍ର ଇଦର ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ଦୀର୍ଘାୟୁ କାମନା କରିଥିଲେ । ଓଷାର ଶେଷ ପର୍ଯ୍ୟାୟରେ ସଂଖ୍ୟା ଲଘୁ ଭାଇମାନଙ୍କ ସହିତ ମିଶି ଖାଦ୍ୟ ଆହରଣ କରିଥିଲେ । ଯାହାକି ଅଂଚଳରେ ଏକ ଭାଇଚାରର ପରମ୍ପରା ଦେଖିବାକୁ ମିଳିଥିଲା । ଏହି ଇଫତାର ପାର୍ଟି ପରିଚାଳନାରେ ପୂର୍ବତନ ସମିତି ସଭ୍ୟ ଅବଦୁଲ ଦୟାନ ଖାଁନ,ଅବଦୁଲ ରସିଦ ଖାଁନ,ଅବୁଲ କଲାମ,ଫିରଦୋଶ ଆଲାମ,ଅବଦୁଲ ସୟଦ ଖାଁନ,ସେକ୍ ଆବୁ ସାଏମା,ଜୁଲଫୁକାର ଅଲ୍ଲୀ,ସଫି ଆଲାମ ,ସେକ୍ ଜାହିରୁଲ,ସେକ୍ ନେସାର,ଅବୁବକର ଖାଁନ,ମାଜିଦ୍ ଖାଁନ,ତାଲିମ ଖାଁନ,ଆଲାମ ଖାଁନ,ଜମତାଜ ଖାଁନ,ଚାନ୍ଦ ଖାଁନ,ସେକ୍ ଆୟୁବ ଓ ସେକ୍ ଇସାକ ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ