
ରାଉରକେଲା,୧୫ ମାର୍ଚ୍ଚ(ହି.ସ.) – ରାଉରକେଲା ଷ୍ଟିଲ ପ୍ଲାଟଂ ରେ ବ୍ଲାସଫର୍ଣେସରୁ ବାହାରିଥିବା ମଇଳା ଗୁଡିକ କାରଖାନା ର ଚାରିଆଡେ ପାହାଡ ହୋଇଠିଆ ହୋଇଥିବା ବେଳେ ଏହି ପାହାଡ ମଇଳାକୁ ସଫା କକରିବା ଲାଗି ଗତ ୭ ବର୍ଷ ଧରି କାରଖାନା କର୍ତୁପକ୍ଷ ଟେଣ୍ଡର ମାଧ୍ୟମରେ ପରିବହନକାରୀମାନଙ୍କୁ ନିଯୁକ୍ତି ଦେଇ କାରଖାନାରୁ ଏହି ମଇଲା ଗୁଣ୍ଡ ବାହାରକୁ ନେଉଥିବାବେଳେ ଏହି ମଇଳା ଗୁଣ୍ଡ ଭିତରେ କାରଖାନାରେ ଥିବା ମୁଲ୍ୟବାନ ଲୁହା, ପ୍ଲାଟିନମ ଓ ରୁପା ଭଳି ସାମଗ୍ରୀ କାରଖାନାରୁ ଏହି ମଇଳା ଟ୍ରକ ଭିତରେ ଚୋରାରେ ପଶି ବାହାରକୁ ଆସି ବିକାଚାଲିଛି, ଏଥିରେ ପରିବହନ କାରୀ ମାନେ ବେଶ ମାଲେ ମାଲ ହେଉଥିବା ବେଳେ ଏଭଳି ଚୋରୀକୁ କାରଖାନା ଭିତରେ ପ୍ରଶ୍ରୟ ଦେଇ କାରଖାନାକୁ ଯଗିଥିବା ସିଆଇ ଏସଏଫ ମୋଟା ଅଙ୍କର ମାଲ ନେଇ ନିରବ ରହିଛି ଫଳରେ କାରଖାନା ପ୍ରତିଦିନ ପ୍ରତି ମୁହୁର୍ତରେ ଲୁଟ ହୋଇଚାଲିଛି ବୋଲି ଖବର ମିଳିଛି। ଏଭଳି ଲୁଟକୁ ସହଜ କରିବା ଲାଗି ତଳୁ ଉପର ଯାଏ ସମସ୍ତଙ୍କୁ ପୋଷା ଚାଲିଥିବାବେଳେ ଏରିଆ ବିଧାୟକଙ୍କୁ ନିର୍ବାଚନରେ ଜିତିବାକ୍ଷଣି କୁଆଡେ ଗୋଟିଏ ମୁଲ୍ୟବାନ ଗାଡି ସାଙ୍ଗକୁ ଭୁବନେଶ୍ୱରରେ ଯାଗା ଖଣ୍ଡିଏ ଦିଆଯାଇଛି ବୋଲି ଏବେ କଥା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ରାଉରକେଲା ଇସ୍ପାତ କାରଖାନା ଯାହା ଲୋକଙ୍କ କାରଖାନା ରାଜ୍ୟ ଦେଶର ଏହା ସଂପତି, ଏଥିରୁ ଫାଇଦା ମିଳିଲେ ରାଜ୍ୟ ଓ ଦେଶ ବାସୀ ଉପକୃତ ହେବେ, ହେଲେ ଏହି କାରଖାନାକୁ ଯଗିବା ଦାୟିତ୍ୱ ନେଇଥିବା ସିଆଇଏସଏଫ ଜିଏ କି ବିଶେଷ କରି ଚୋରୀକୁ ଧରିବା ଲାଗି ଜଗିରହିଛି ଓ ଶହ ଶହ କୋଟି ଦରମା ସୁବିଧା ସୁଯୋଗ ଏମାନେ ପାଉଛନ୍ତି ବୋଲି କୁହାଯାଏ ସେମାନେ ଏବେ ଚୋର ମାନଙ୍କ ସହ ମିଶି ସାରଛନ୍ତିି। କାରଖାନାରେ ଥିବା ମଇଳା ପାହାଡ କୁ ସଫା କରିବା ଦାୟିତ୍ୱ ନେଇଥିବା ଠିକାଦାର ମାନଙ୍କ ସହ ମିଶି ଚୋରୀରେ ସହଯୋଗ କରୁଥିବା ଖବର ମିଳିଛି। ମିଳିଥିବା ସୁଚନା ଅନୁଶାରେ ଏହି ମଇଳା ପାହାଡ ଗୁଡିକୁ କିଣି କାରଖାନାରୁ ଏହାକୁ ସଫା କରବା ଦାୟିତ୍ୱ ସହରର କିଛି ଠିକାଦାର ନେଇଛନ୍ତି, ଏମାନଙ୍କ ବିଷୟ କହିବାକ୍ଷଣି କାରଖାନାର କର୍ମଚାରୀ , ଅଫିସର ସେମାନଙ୍କ ନାମ ତୁରନ୍ତ କହିଦେଉଛନ୍ତି ଯେ ସେମାନେ ଅମୁକା ବାବୁ। ତେବେ ଏହି ବାବୁମାନେ ମଇଳା ଟ୍ରକ ନେବା ସମୟରେ କାରଖାନାର ବିଭିନ୍ନ ଯାଗାରୁ ଲୁହା, ପ୍ଲାଟିନମ, ରୂପା ଆଦି ଚୋରୀହୋଇ ସେହି ମଇଳା ଯାଗାକୁ ଆସୁଛି, ସେଠାରେ ସିଆଇଏସଏଫ ଆଖିଆଗରେ ଏହି ସବୁ ମୁଲ୍ୟବାନ କୋଟି କୋଟି ଟଙ୍କାର ସାମଗ୍ରୀ ମଇଳା ମଗାଡିରେ ପଶି ବାହାରକୁ ଆସୁଛି, ପରେ ସେଗୁଡିକୁ ବାହାର କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରେ ବିକା ଚାଲିଛି। କାରଖାନାରୁ ଚୋରୀ ହେଉଥିବା ସାମଗ୍ରୀର ହିସାବ ରଖାଯାଉନି କାରଣ ବିଭିନ୍ନ ସମୟରେ କାରଖାନାରେ ଲାଗୁଥିବା ନିଆଁରେ ସେ ସବୁ ନଷ୍ଟ ହୋଇଯାଉଥିବା ଦର୍ଶା ଚାଲିଛି। ଫଳରେ ସବୁ ନିରବ ରହିବାକୁ ସୁବିଧା ହେଉଛି। ଏଭଳି କାରବାରକୁ ସୁରଖୁରରେ ଚଳାଇବା ଲାଗି ନେତା ଙ୍କୁ ଖୁସିୁ କରାଜିବା ସହ ସବୁ ପ୍ରାୟ ବାବୁମାନେ ଖୁସି ହେଉଛନ୍ତି, ନିର୍ବାଚନ ସରିବାକ୍ଷଣି ଜଣେ ବିଦାୟକଙ୍କୁ ୩୦ ଲକ୍ଷ ଟଙ୍କାର ଗାଡି ସାଙ୍ଗକୁ ଭୁବନେଶ୍ୱରରେ ଯାଗା ଦିଆଜିବା କଥା ଏବେ କର୍ମଚାରୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ତେଣୁ ସରକାରଙ୍କର ଏହି କାରଖାନା ପ୍ରତି ମୁହୁର୍ତରେ ଲୁଟର ଶୀକାର ହୋଇଚାଲିଛି। ଏହି ମଇଲା କାରବାର ବେଶ ଲାଭ ଦାୟକ, ଏହି କାରବାର ଆରମ୍ଭ ସମୟରେ କାରଖାନାର ଜଣେ ପୁରାତନ ଅଧିକାରୀ ପୁରା ମଇଳା ପାହାଡ କିଣିବା ଲାଗି ଜଣେ ବ୍ୟବସାୟୀଙ୍କୁ ନେଇ ସେଲ ଅଧ୍ୟକ୍ଷଙ୍କ ପାଖରେ କୁଆଡେ ୨୦୦ କୋଟିର ହିସାବ କରିଥିଲେ, କିନ୍ତୁ ସେଲ ଚେୟାର ମ୍ୟାନ କୁଆଡେ ସେ କଥାକୁ ଶୁଣିନଥିଲେ। ତେବେ ବର୍ତମାନ ଯେଉଁମାନେ ଏହି ମଇଳା ଗୁଣ୍ଡ ଲାଗି ଠିକା ନେଇଛନ୍ତି ଓ କାରଖାନାରୁ ରୁ ବାହାରକୁ ସେହି ମଇଲାକୁ ବାହାରକୁ ପ୍ରତିଦିନ ଶହ ଶହ ଟ୍ରକରେ ନେଉଛନ୍ତି ତା ଭିତରୁ ଲୁହା ବାହାର କରି ବେଶ ଲାଭବାନ ହେଉଛନ୍ତି କିନ୍ତୁ ତା ଭିତରେ ଏଭଳି ଚୋରୀ ସିଆଇ ଏସଏଫ ମାଧ୍ୟମରେ କରି କାରଖାନାକୁ ଖୋଳ କରିବାରେ ଲାଗିଛନ୍ତି ଓ ନିଜେ ଶହ ଶହ କୋଟିର ମାଲିକ ହୋଇଚାଲିଛନ୍ତି। ରାଉରକେଲା ଇସ୍ପାତ କାରଖାନାରେ ଏଭଳି ଶହ ଶହ କୋଟି ଟଙ୍କାର ଚୋରୀ ସବୁଦିନ ଚାଲିଛି ହେଲେ ରାଉରକେଲା ସିବିଆଇ ଅଫିସରେ କେବଳ ଦୁଇଜଣ କନେଷ୍ଟବଳ ଜଗିଥିବାରୁ, ଏଠାରେ କୌଣସି ଅଫିସର ନଥିବାରୁ ଲୁଟ ପାଟ ଲାଗି ବେଶ ସୁବିଧା ହେଉଥିବା କୁହାଯାଉଛି। ରାଜ୍ୟ ସିବିଆଇ ମୁଖ୍ୟ ଏଦିଗରେ କେବେ ଦୃଷ୍ଟି ଦେବେ ଓ ସିଆଇ ଏସ୍ଏଫ୍ ବାବୁମାନେ ଯେଉଁ ସଂପତି ର ମାଲିକ ହୋଇଛନ୍ତି ତାହା କେବେ ପଦାକୁ ଆସିବ ସେ ନେଇ ଲୋକେ ଅପକ୍ଷା କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ