
ବ୍ରସେଲ୍ସ, 16 ମାର୍ଚ୍ଚ (ହି.ସ.)- ଭାରତର
ବିଦେଶମନ୍ତ୍ରୀ ଏସ ଜୟଶଙ୍କରଓ ସାଇପ୍ରସର ବିଦେଶମନ୍ତ୍ରୀ କନସ୍ଟାଣ୍ଟିନୋସ
କୋମ୍ବୋସଙ୍କ ମଧ୍ୟରେ ଏଠାରେ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତ୍କାର ହୋଇଛି। ଜୟଶଙ୍କର ଏକ୍ସରେ ଏକ ଫଟୋ
ସେୟାର କରି କହିଛନ୍ତି ଯେ ଆଜି ବ୍ରସେଲ୍ସରେ ସାଇପ୍ରସର ବିଦେଶମନ୍ତ୍ରୀ କନସ୍ଟାଣ୍ଟିନୋସ
କୋମ୍ବୋସଙ୍କ ସହ ସାକ୍ଷାତ କରି ଖୁସି ଲାଗିଲା।
ସେ ଏକ୍ସରେ ଲେଖିଛନ୍ତି, “ଆମେ ଆମର ରଣନୀତିକ ଭାଗିଦାରିକୁ ଆହୁରି ମଜବୁତ କରିବାର ଉପାୟଗୁଡ଼ିକ
ଉପରେ ଆଲୋଚନା କଲୁ ଏବଂ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ମତାମତ ବିନିମୟ କରିଲୁ। ୟୁରୋପୀଆନ
ସଂଘଓ ଭାରତ ମଧ୍ୟରେ ସମ୍ପର୍କକୁ ଆଗକୁ ବଢ଼ାଇବାରେ ସାଇପ୍ରସର ସହଯୋଗକୁ
ଆମେ ସ୍ୱାଗତ କରୁଛୁ।”
ବିଦେଶମନ୍ତ୍ରୀ ଏସ ଜୟଶଙ୍କରରବିବାର ବ୍ରସେଲ୍ସରେ ୟୁରୋପୀଆନ ସଂଘର ସଦସ୍ୟ ଦେଶମାନଙ୍କ
ବିଦେଶମନ୍ତ୍ରୀମାନଙ୍କ ସହ ଆଲୋଚନା ପାଇଁ ଦୁଇଦିନିଆ ଗସ୍ତ ଆରମ୍ଭ କରିଛନ୍ତି। ଜାନୁଆରୀରେ ଉଭୟ
ପକ୍ଷ ମଧ୍ୟରେ ଐତିହାସିକ ମୁକ୍ତ ବ୍ୟାପାର ବୁଝାମଣା (ଏଫଟିଏ) ଉପରେ ମୋହର ପଡ଼ିବା ପରେ ଭାରତ
ପକ୍ଷରୁ ବ୍ରସେଲ୍ସକୁ ଏହା ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ। ବ୍ରସେଲ୍ସରେ ୟୁରୋପୀଆନ ସଂଘର ମୁଖ୍ୟାଳୟ
ଅବସ୍ଥିତ।
ଜୟଶଙ୍କର କାଜା କାଲାସ (ୟୁରୋପିଆନ କମିଶନର ଉପାଧ୍ୟକ୍ଷ)ଙ୍କ ଆମନ୍ତ୍ରଣରେ ବେଲଜିୟମର
ରାଜଧାନୀ ବ୍ରସେଲ୍ସପହଞ୍ଚିଛନ୍ତି। ୟୁରୋପୀଆନ
ସଂଘର 27ଟି ସଦସ୍ୟ ଦେଶ ଅଛନ୍ତି। ଭାରତର ବୈଦେଶିକ ମନ୍ତ୍ରାଳୟ (ଭାରତ) କହିଛି ଯେ ଏହି ଗସ୍ତ ସମୟରେ
ଜୟଶଙ୍କର ୟୁରୋପୀଆନ ସଂଘର ଅଧ୍ୟକ୍ଷ ଏବଂ ବେଲଜିୟମ ସହ ଅନ୍ୟାନ୍ୟ ସଦସ୍ୟ ଦେଶର
ବିଦେଶମନ୍ତ୍ରୀମାନଙ୍କ ସହ ମଧ୍ୟ ସାକ୍ଷାତ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା