
ଲଣ୍ଡନ, 16 ମାର୍ଚ୍ଚ (ହି.ସ.)-ଆମେରିକାର
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପବ୍ରିଟେନର
ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମରଙ୍କସହ ଷ୍ଟ୍ରେଟ୍
ଅଫ୍ ହାର୍ମୁଜର ବର୍ତ୍ତମାନ ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର
ଏକ ପ୍ରବକ୍ତାଙ୍କ କଥାନୁସାରେ, ଷ୍ଟାର୍ମର ଓ ଟ୍ରମ୍ପ ରବିବାର
ଏହି ବିଶ୍ୱସ୍ତରୀୟ ସଙ୍କଟ ଉପରେ ଆଲୋଚନା କରିବା ସମୟରେ ଗଭୀର ଚିନ୍ତା ପ୍ରକାଶ କରିଥିଲେ।
ଏବିସି ନ୍ୟୁଜର ଖବର ଅନୁସାରେ
ପ୍ରବକ୍ତା କହିଥିଲେ, “ଦୁଇଜଣ ନେତା ମଧ୍ୟ ପୂର୍ବରେ
ଚାଲିଥିବା ପରିସ୍ଥିତି ଏବଂ ତେଲ ଯାତାୟାତରେ ହେଉଥିବା ବାଧାକୁ ଦୂର କରିବା ପାଇଁ ହୋର୍ମୁଜ୍
ଜଳଡମରୁମଧ୍ୟକୁ ପୁଣିଥରେ ଖୋଲିବାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ।” ଏହି ବାଧାର କାରଣରୁ
ସମଗ୍ର ବିଶ୍ୱରେ ତେଲ ଦର ବଢ଼ୁଛି।
ପ୍ରବକ୍ତାଙ୍କ ଅନୁସାରେ, “ପ୍ରଧାନମନ୍ତ୍ରୀ ଷ୍ଟାର୍ମର ସେହି ଆମେରିକୀୟ ସେନାମାନଙ୍କ ପ୍ରତି
ମଧ୍ୟ ଶୋକ ପ୍ରକାଶ କରିଥିଲେ, ଯେଉଁମାନେ ଏହି ସଂଘର୍ଷ
ସମୟରେ ନିଜ ପ୍ରାଣ ହରାଇଛନ୍ତି।” ପ୍ରବକ୍ତା କହିଥିଲେ ଯେ ଦୁଇ ନେତା ଆଗାମୀଦିନରେ ମଧ୍ୟ ପରସ୍ପର
ସହ ସମ୍ପର୍କରେ ରହିବାକୁ ସହମତ ହୋଇଛନ୍ତି।
ଏହା ପରେ ବ୍ରିଟେନର
ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମରଙ୍କକାନାଡାର
ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କସହ ମଧ୍ୟ
କଥା ହୋଇ ମଧ୍ୟ ପୂର୍ବର ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ଉଲ୍ଲେଖନୀୟ ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଶନିବାର ବ୍ରିଟେନ ସହ ଅନ୍ୟାନ୍ୟ ଦେଶମାନଙ୍କୁ ଆହ୍ୱାନ କରିଥିଲେ ଯେ
ସେମାନେ ଷ୍ଟ୍ରେଟ୍ ଅଫ୍ ହାର୍ମୁଜରେ ବଢ଼ୁଥିବା ସଙ୍କଟ ସମାଧାନ କରିବାରେ ଆଗକୁ ଆସି ସହଯୋଗ
କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା