
ତେହରାନ, 16 ମାର୍ଚ୍ଚ (ହି.ସ.)-ଆମେରିକା–ଇସ୍ରାଏଲ ଓ
ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ତୃତୀୟ ସପ୍ତାହରେ ପହଞ୍ଚି ଆହୁରି ତୀବ୍ର ହୋଇଛି। ଇରାନ କୁଏତ, ତୁର୍କି ଓ ୟୁଏଇର ଅନେକ ସ୍ଥାନରେ ଆକ୍ରମଣ କରିଥିବା ଖବର ମିଳିଛି।
ଇସ୍ରାଏଲ ଓ ଆମେରିକାର ଠିକଣାଗୁଡ଼ିକୁ ମଧ୍ୟ ମିସାଇଲ ଓ ଡ୍ରୋନ ମାଧ୍ୟମରେ ଆକ୍ରମଣ କରାଯାଇଛି।
ଇରାନ ଦାବି କରିଛି ଯେ ସେ ଚାରିଟି ଆମେରିକୀୟ ଏୟାରବେସ୍ ଉପରେ ସମନ୍ୱିତ ମିସାଇଲ ଓ ଡ୍ରୋନ
ଆକ୍ରମଣ କରିଛି। ଇସ୍ରାଏଲ କହିଛି ଯେ ତାଙ୍କ ସେନା ଦକ୍ଷିଣ ଲେବାନନର ଅନେକ ସ୍ଥାନରେ ଆକ୍ରମଣ
କରିଛି।
ଆଲ୍ ଜଜିରାର ରିପୋର୍ଟ
ଅନୁସାରେ ଇସଲାମିକ ରିଭଲ୍ୟୁସନ ଗାର୍ଡ କ୍ରପ୍ସ (ଆଇଆରଜିସି)
ର ଉଦ୍ଧୃତି ଦେଇ କୁହାଯାଇଛି ଯେ ତାଙ୍କ ନୌସେନା ବଳ ରବିବାର ମଧ୍ୟରାତ୍ରି ପରେ ଭୋର ପୂର୍ବରୁ
ଯୁକ୍ତରାଷ୍ଟ୍ରର ଏୟାରବେସ୍ଗୁଡ଼ିକୁ ଚାରିଥର ସମନ୍ୱିତ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଥିଲେ।
ଏହି ଆକ୍ରମଣରେ ଆମେରିକୀୟ ସେନା ସହ ସମ୍ପୃକ୍ତ କମାଣ୍ଡ ସେଣ୍ଟର, ଏୟାର ଟ୍ରାଫିକ କଣ୍ଟ୍ରୋଲ ଟାୱର ଓ ବାୟୁ ସୁରକ୍ଷା ସୁବିଧାଗୁଡ଼ିକୁ
ଲକ୍ଷ୍ୟ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା