
ଘଟଣାର ବିଚାର ବିଭାଗୀୟ
ତଦନ୍ତ ନିର୍ଦ୍ଦେଶ
ମୃତକଙ୍କ ନିକଟ
ସମ୍ପର୍କୀୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା
ଆହତଙ୍କ ପାଇଁ ସର୍ବୋତ୍ତମ
ଚିକିତ୍ସା ସୁବିଧା କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, 16 ମାର୍ଚ୍ଚ (ହି.ସ.)- ଏସ ସି ବି ମେଡିକାଲ ଟ୍ରମା କେଆର୍ ଆଇସିୟୁ ରେ
ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡ ଘଟଣା ସମ୍ପର୍କ ରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ
ଗଭୀର ଦୁଃଖ ପ୍ରକାଶ କରିବା ସହିତ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।
ଏହି ଅଗ୍ନିକାଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ
ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ଅଗ୍ନିକାଣ୍ଡ ରେ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବାସହ ଅନ୍ୟ ରୋଗୀ ମାନଙ୍କୁ ତୁରନ୍ତ
ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତରିତ କରି ଚିକିତ୍ସା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ
ଦେଇଛନ୍ତି । ଏଥି ସହ ଅଗ୍ନିକାଣ୍ଡ ଯୋଗୁଁ ମୃତ୍ୟୁ ଘଟିଥିବା ପ୍ରତ୍ୟେକଙ୍କ ନିକଟତମ ଆତ୍ମୀୟ ଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ
ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଚିକିତ୍ସିତ ହେଉଥିବା ରୋଗୀ ଏବଂ
ସେମାନଙ୍କ ସମ୍ପର୍କୀୟ ମାନଙ୍କୁ ଭେଟି ଆଶ୍ଵାସନା ଦେଇଛନ୍ତି । ଆଇ ସି ୟୁ ରୁ ସ୍ଥାନାନ୍ତରିତ
ହୋଇଥିବା ଅନ୍ୟ ରୋଗୀ ମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ବିଭାଗ ତଥା
ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଗଣମାଧ୍ୟମ ଆଗରେ
ପ୍ରତୀକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରଜ୍ୟର
ସମସ୍ତ ହସ୍ପିଟାଲ ଗୁଡିକରେ ଅଗ୍ନୀ ନିର୍ବାପକ ବ୍ୟବସ୍ଥା କରିବାପାଇଁ ପୂର୍ବରୁ ନିର୍ଦ୍ଦେଶ
ଦିଆଯାଇଛି। ଚଳିତ ବଜେଟ୍ ରେ ମଧ୍ଯ ଏଥି ପାଇଁ
୩୨୦ କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା କରାଯାଇଥିଲା । ହସ୍ପିଟାଲ ଗୁଡିକରେ ଅଗ୍ନି
ନୀର୍ବାପକ କାମ ଜାରି ରହିଚି ।ଏଥିପାଇଁ ଆଗାମୀ ବଜେଟ୍ ରେ ମଧ୍ଯ ୪୦୦ କୋଟି ଟଙ୍କା ର ପ୍ରାବଧାନ
କରାଯାଇଛି ।
ଏସ ସି ବି ମେଡିକାଲ ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ
ପ୍ରତ୍ୟକ୍ଷ ଭାବେ ତଦାରଖ କରି ତୁରନ୍ତ ଫାୟାର କମ୍ପ୍ଲିଆଂଟକରିବା ପାଇଁ ମୁଖ୍ୟମନ୍ତ୍ରୀ ଅଗ୍ନିଶମ ମହା ନିର୍ଦ୍ଦେଶକଙ୍କୁ
ନିର୍ଦ୍ଦେଶ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା